News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୩ଜଣ ଗୁରୁତର ଆହତ, ଜଳିଗଲା ବାଇକ

ଗଁଦିଆ ଅଂଚଳରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ରାସ୍ତା ଉପରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ସେଥିରେ ସବାର ଥିବା ୩ଜଣ ଅତି ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଘଟଣାରୁ ସ୍ପଷ୍ଟ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ନିରଞ୍ଜନ ମଲିକ(୩୦)ଓ ତାର ସାଥିରେ ଉକ୍ତ ଗ୍ରାମର ନରିଆ ବେହେରା(୫୦) ଏକ ଆପାଚ ବାଇକ ଧରି ନିଜର ଗ୍ରାମ ଆଡୁ ଗଁଦିଆ ଆଡକୁ ଆସୁଥିଲେ । ସେହିପରି ଅପର ପାର୍ଶ୍ୱରୁ ଉକ୍ତ ବ୍ଲକରେ କାର୍ଯ୍ୟକାରୀ ଚାଲିଥିବା ମେଗା ପକଳ୍ପ ଯୋଜନାରେ କାର୍ଯ୍ୟରତ ଯୁବ ମେକାନିକାଲ ଇଞ୍ଜିନିୟର ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଅଂଚଳର ପବିତ୍ର ପରିଡା(୩୨)ନିଜର ଡିଉଟି ସାରି ସୋରିସିଆପଦା ପଞ୍ଚାୟତ ରୁ ମଧ୍ୟାନ ଭୋଜନ ପାଇଁ ନିଜର ବାଇକରେ ଷଡଙ୍ଗୀ ଆସୁଥିଲେ ।

ଆଜି ଦିନ ୧ଘଟିକା ପାଖାପାଖି ଉକ୍ତ ଗଁଦିଆ ଥାନା ଅନ୍ତର୍ଗତ ମୁଗପଦା ଛକର ଅବକାରୀ ବିଭାଗ ଥାନା ପାଖରେ ଉକ୍ତ ଦୁଇଟି ବାଇକ ମୁହାଁମୁହିଁ ରାସ୍ତା ଉପରେ ଧକ୍କା ହୋଇଥିଲା । ଯାହା ଫଳରେ ଏଥିରେ ସବାର ୩ଜଣ ଅତି ଗୁରୁତର ଆହତ ହୋଇଥିବା ବେଳେ, ପବିତ୍ର ପରିଡା ଙ୍କର ବାଇକ ଟି ରାସ୍ତା ଉପରେ ଜଳିଯାଇଥିଲା ।

ତୁରନ୍ତ ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବଲାନ୍ସ ରେ ନିଆଯାଇଥିଲା ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉକ୍ତ ଆମ୍ବଲାନ୍ସ ରେ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ।

ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଁଚି ଉକ୍ତ ଗାଡି ଦୁଇଟିକୁ ଜବତ କରିଛି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗି ଥିବା ବାଇକ ର ନିଆଁକୁ ଲିଭାଇ ଥିଲେ, କିନ୍ତୁ କିଛି ପ୍ରତ୍ୟେକ ଙ୍କର କହିବା କଥା ମୃଦଙ୍ଗା ଗ୍ରାମରୁ ମଦ ଧରି ଆସୁଥିବା ବାଇକ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟକୁ ଚାଲି ଆସିବା ଫଳରେ ଏହି ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା ।

new life
You might also like
error: Content is protected !!