News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଶଶାପଶି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଶଶାପଶି ୮ ନମ୍ବର ୱାର୍ଡ ମେଡିକାଲ ସାହିରେ
ରହୁଥିବା ସ୍ୱ୍‌ର୍ଗତ ଗୁରୁ ମହାରଣାଙ୍କ ପତ୍ନୀ ବାସନ୍ତି ମହାରଣା ଦୁଇ ବଖରା ଚାଳ ଘର କରି ରହଆସୁଛନ୍ତି ।

ଏହି ଘରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ପରିବାରର ନଗଦ ଦୁଇ ହଜାର ଟଙ୍କା,ଦୁଇ ବସ୍ତା ଚାଉଳ, ଧାନ ପୋଡି ପାଉଁଶ ହୋଇଯାଇଛି । ସେ ଜଣେ ବିଧବା ମହିଳା ହୋଇଥିବାରୁ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

new life
You might also like
error: Content is protected !!