News
WhatsApp Image 2023-10-04 at 17.25.00
samparksetu

କ୍ରସର ମାଲିକଙ୍କୁ ମାଡ ଏବଂ ଟଙ୍କା ଲୁଟ ଘଟଣା , ମାଷ୍ଟର ମାଇଣ୍ଡ ସହିତ ୪ ଗିରଫ

ଢେଙ୍କାନାଳ ଜିଲ୍ଳା ମୋଟଙ୍ଗା ଥାନା ଅନ୍ତ୍‌ର୍ଗତ ନୂଆ ଓଡାପଡା ଠାରେ ଥିବା ଏକ କ୍ରସରରେ ଖାଉଥିବା ବେଳେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ମାଡ ମାରିବା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ
୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି ।

ଗତ ୨ତାରିଖ ସୋମବାର ରାତିପ୍ରାୟ ୧୧ଟା ସମୟରେ କ୍ରସରରେ ଥିବା ଘରେ ବସିଖାଉଥିବା ବେଳେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ବିବେକାନନ୍ଦ ପଣ୍ଡା ଓରଫ ରାଜାଙ୍କ ନେତୃତ୍ୱରେ କ୍ରସର ଭିତରେ
ପ୍ରବେଶ କରି ନୂଆ ଓଡାପଡା ଗ୍ରାମର ନିତ୍ୟାନନ୍ଦ ନାୟକଙ୍କ ପୁଅ ସୁବ୍ରତ କୁମାର ନାୟକଙ୍କୁ ନିସ୍ତୁକ ମାଡ ମାରିଥିଲେ ।

ବନ୍ଧୁକ ଦେଖାଇ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିବାରୁ ସୁବ୍ରତ ଙ୍କର ଦୁଇ ହାତଓ ଗୋଡରେ କ୍ଷତ ସୃଷ୍ଟି ହୋଇଥିଲା । ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହିତ କ୍ରସରରେଥିବା ୭ଲକ୍ଷ ୪୩ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସୁବ୍ରତ ମୋଟଙ୍ଗା ଥାନାରେ ୩ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ । ଏହି ମାମଲାକୁ ନେଇ ଥାନାଧିକାରୀ ନିରଞ୍ଜନ ସେଠି ତଦନ୍ତ କରିଥିବା ବେଳେ ଚଢାଉ କରି ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ମାମଲାରେ ପୋଲିସ ପୋଡାପୋଡା ଗ୍ରାମର ଧର୍ମାନନ୍ଦ ସାହୂୁଙ୍କ ପୁଅ ବିବେକାନନ୍ଦ ସାହୁ ଓରଫ ରାଜା(୨୬), ସଦର ଥାନା ଅନ୍ତର୍ଗତ ସିମିନଇ ନିକଟସ୍ଥ ପଞ୍ଚୁପଟିଗ୍ରାମର ସର୍ବେଶ୍ୱର ପରିଡାଙ୍କ ପୁଅ ଶୁଭେନ୍ଦୁ ପରିଡା,ତରଭାର ରବି ବେହେରାଙ୍କ ପୁଅ ରାଜେନ୍ଦ୍ର ପ୍ରସାଦ ବେହେରା ଓରଫ ରାଜୁ,ସଦରଥାନା ତେନ୍ତୁଳିଆ ପଡାର ପ୍ରମୋଦ କୁମାରପ୍ରଧାନଙ୍କ ପୁଅ ପ୍ରୀୟରଞ୍ଜନ ପ୍ରଧାନ ଓରଫ ରାଜା ଏବଂ ହିନ୍ଦୋଳ ରୋଡ ବାଛୁରୀବାଙ୍କର ନିଳମଣି ବେହେରାଙ୍କ ପୁଅ ରମାକାନ୍ତ ବେହେରା
ଓରଫ ରାମକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ସେମାନଙ୍କ ଠାରୁ ଏକ ଖୋକା,ଗୋଟିଏ କ୍ୟାଟ୍ରିଜ ଏବଂ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଛି । ବିବେକାନନ୍ଦ ଓରଫ ରାଜା ନାମରେ ମୋଟଙ୍ଗା ଥାନାରେ ୨୫/୨୦୧୯, ୨୦୦/୨୦୨୦ ଓ ୨୯୪/୨୦୨୨ରେ ତିନୋଟି ମାମଲା ରହିଥିବା ବେଳେ ରମାକାନ୍ତ ନାମରେ ବାଲିମୀ ଥାନାରେ ୧୫୭/୨୦, ସୁଭେନ୍ଦୁ ନାମରେ ମୋଟଙ୍ଗା ଥାନାରେ ୭୬/ ୨୦୧୬ ,ପ୍ରୀୟବ୍ରତ ନାମରେ ବାଲିମୀ ଥାନାରେ ୧୫୭/୨୦,ଟାଉନ ଥାନାରେ ୧୨୬/ ୨୧,ସଦର ଥାନାରେ ୧୯୩/୨୦ରେ ତିନୋଟି ମାମଲା ,ଏବଂ ରାଜେନ୍ଦ୍ର ନାମରେ ମଧ୍ୟ ମାମଲା ଥିବାର ଜଣାପଡିଛି ।

ଘଟଣାକୁ ନେଇ ନୂତନ ଭାବରେ ଯୋଗ ଦେଇଥିବା ଏସପି ଜ୍ଞାନ ରଞ୍ଜନ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତତ୍ୟ ପ୍ରଦାନ କରିଥିବାର ଜଣାପଡିଛି । ସେମାନେ ଘଟଣା ପରେ ଭୁବନେଶ୍ୱର ଏବଂ ପୁରୀ ଚାଲିଯାଇଥିବା ବେଳେ ପିପିଲି ଥାନା ପୋଲିସ ଠାରୁ ସୂତନା ପାଇଁ ସଦଳବେଳ ଚଢାଉ କରି ଦୁର୍ବୁ ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।

new life
You might also like
error: Content is protected !!