News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି ।

ଏହି ବୈଠକରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ଜିଲ୍ଳା ଗସ୍ତରେ ଆସି ଜିଲ୍ଲାରେ ଥିବା ସବୁଜିମା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଦେବପୀଠ ଗୁଡିକରେ ପ୍ରକୃତି ଅନୁକୂଳ ଓ ପୌରାଣିକ ଗାଥା ବହନ କରୁଥିବା କାରୁକାର୍ଯ୍ୟ ନିର୍ମାଣ କରି ଅଧିକ ଆକର୍ଷଣୀୟ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପୀଠ,ସପ୍ତଶଯ୍ୟା,ଅନନ୍ତ ଶୟନ, ସଦେଇବେରେଣୀ କଳାକୃତି ଗ୍ରାମ,ଦଦରାଘାଟି ପ୍ରକଳ୍ପ,ସାପୁଆ ପ୍ରକଳ୍ପ,ଦଣ୍ଡାଧର ପ୍ରକଳ୍ପ ଭଳି ପର୍ଯ୍ୟଟନ ସ୍ଥଳୀ ସହିତ ଭୁବନର ବୁଦ୍ଧେଶ୍ୱର ପାର୍କ,ବାଜିରାଉତ ପାର୍କ,ସୋଗରସ୍ଥିତ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟର ବିକାଶ କରାଯିବ ।

ଏହି ପର୍ଯ୍ୟଟନ ସ୍ଥଳ ଗୁଡିକରେ ସୁରକ୍ଷ ବ୍ୟବସ୍ଥା କରାଯିବା ସହିତ ପରିଷ୍କାରପରିଛନ୍ନତା,ପାନୀୟ ଜଳ ଯୋଗାଣ, ସେଲଫିପଏଣ୍ଟ, ରାତ୍ରିରହଣି ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାକରାଯିବ ବୋଲି ସେ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠ, ସପ୍ତଶଯ୍ୟା, ସଦେଇବେରେଣୀ, ଦଦରାଘାଟି, ସାପୁଆ, ଦଣ୍ଡାଧର ପାର୍କ ଭଳି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜିଲ୍ଳାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗୀନେନୀ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ,ସିଡିଏମଓ ଆଶୋକ କୁମାର ଦାଶ,ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, କାମାକ୍ଷାନଗର ଉପଜିଲ୍ଳାପାଳ ଜ୍ୟୋତି ଶଙ୍କରସାହୁ, ହିନ୍ଦୋଳ ଉପଜିଲ୍ଳାପାଳ ଶିବାନନ୍ଦ ସ୍ୱାଇଁଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଓଟିଡିସିର ନିର୍ଦ୍ଦେଶକ,ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ଆର୍କିଟେକ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

new life
You might also like
error: Content is protected !!