News
WhatsApp Image 2023-10-04 at 17.25.00
samparksetu

ଗଣ୍ଡ ସମାଜର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ସ୍ଥିତ କନ୍ଧରା ଗ୍ରାମରେ ଥିବା ଗଣ୍ଡ ସମାଜର ଇଷ୍ଟଦେବୀ ଜଟିଆମାତାଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାମିଆଳ ନଦୀ ପଠା ଜଟିଆମାତା ତୁଠରୁ କଳସ ପୂଜା କରି ଏକ ଶୋଭଯାତ୍ରାରେ ଯାଇ ଘଟ ସ୍ଥାପନ କରାଯାଇଥିଲା ।

ଆଞ୍ଚଳିକ ଗଣ୍ଡ ସମାଜର ସଭାପତି ମନମୋହନ ସିଂହଙ୍କ ନେତୃତ୍ୱରେ ୪ଟି ଗ୍ରାମର ସଭାପତି କନ୍ଧରାର ଶଙ୍କର୍ଷଣ ସିଂହ,କଙ୍କଡାହାଡର ନରୋତ୍ତମ ସିଂହ,ଢୋଲପଶିର ଯୁଗଳ କିଶୋର ସିଂହ,କଙ୍କଡାହାଡର ସଭାପତି ଅଭୟ କୁମାର ସିଂହ,ଉପଦେଷ୍ଠା ଭଗବାନ ସିଂହ ଓ ପରେଶ ସିଂହ ଯୋଗଦେଇ ଥିବା ବେଳେ ଗଣ୍ଡ ସମାଜର ପୁରୁଷ ମହିଳା ବ୍ରତଧାରୀ ମାନେ ଉପସ୍ଥିତ ରହିଥିଲେ ।

ଜଟିଆ ମାତା ପୀଠ ଯଜ୍ଞ ମଣ୍ଡପରେ ଇଷ୍ଟଦେବୀଙ୍କ ପୂଜା ପାଠ କରାଯିବା ସହିତ ବିଶ୍ୱ ଶାନ୍ତି ପାଇଁ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ୧୦୮ ବର୍ଷର ଧରି ପାଳିତ ହୋଇ ଆସୁଥିବାର ଜଣାପଡିଛି ।

new life
You might also like
error: Content is protected !!