News
WhatsApp Image 2023-10-04 at 17.25.00
samparksetu

ନୀରବ ଝଡ଼
 

ବାରମ୍ବାର ବେଡ଼ ଲାଇଟ କୁ ଅନ ଅଫ କରୁଥାନ୍ତି   ନନ୍ଦିନୀ ଦେବୀ ।ଆଖିରେ ନିଦ ନଥାଏ ।କିନ୍ତୁ ଆର ପାର୍ଶ୍ୱରେ ଅଭିନବ ବାବୁ ନିଘୋଡ଼ ନିଦରେ ଶୋଇ ପାରୁନାହାନ୍ତି କାରଣ ବାରମ୍ବାର ଆଲୁଅ ଅନ୍ଧାର ପାଇଁ ଆଣିନିଶ୍ୱାସୀ ହୋଇ ପଡୁଛନ୍ତି ସତ ହେଲେ ପଦୁଟିଏ କଥା କହିବାର ସତ ସାହସ ନାହିଁ ।ରାତ୍ରୀ ଭୋଜନ ବେଳେ ଦମ୍ପନ୍ତିଙ୍କ ମଧରେ କଥା କଟା କଟି ହୋଇଥିବାରୁ ଏପରି ହୋଇଛି । ଏମିତି ଏପଟ ସେପଟ ହୋଇ ବିଛଣାକୁ ଅସଜଡ଼ା କରିସାରିଲେଣି ।କିନ୍ତୁ ଏଥର ସାହସ ଜୋଟାଇ ବଡ଼ ପାଟିକରି କହିଲେ ଆହେ ତୁମକୁ ଯଦି ନିଦ ନାହିଁ ତମେ ସେପଟ ରୁମ କୁ ଯାଇପାର ଏମିତି ଲାଇଟ କୁ ବାରମ୍ବାର ଅନ ଅଫ କରୁଛ ଯେ ? ଯଦି ତୁମେ ଚାହୁଁଛ ରାତି ପାହୁ ଆମେ ଯିବା ।

ତା ପରେ ମୁ ଗୋଟେ କଥା ବୁଝି ପାରୁନି ଯେବେ ବି ଗାଁ କୁ ଯିବା କଥା ଉଠେଇଛି ସବୁବେଳେ ତ ମନା କରି ଆସିଛ ,ସେଇଟା କି ଗାଁ କଣ ଅଛି ସେଇଠି ପୁରା ମଫୁ କହି ।କିନ୍ତୁ ଆଜି ଗାଁ କୁ ଯିବାକୁ ଏତେ ଆଗ୍ରହ ମୁଁ ତ ବୁଝି ପାରୁନି ! ଏମିତି ବି ମୋତେ ଗାଁ କୁ ଯିବାକୁ ବାରଣ କରିଛ ।
ହେଲେ ଆଜି ?  ତୁମେ ଏତେ ଥର କହିଛ ଯାଇନି ଏବେ ଯିବାକୁ ଇଛା ଅସୁବିଧା କଣ ? ମୁଁ ଖାଲି ଭାବୁଛି ଏ ରାତିଟା ଏତେ ଲମ୍ବା କାହିଁକି ?ଅରେ ହେଲା ଯିବା ସକାଳ ପାହୁ ।ଏହା କହି ଅଭିନବ ବାବୁ ଶୋଇଗଲେ ।

ପର ଦିନ ସକାଳୁ ଅଫିସରୁ ଫୋନ ଆସିଲା ।କି ଅଭିନବ ବାବୁ ଆପଣ ଆଜି ଛୁଟି ନେଇ ପାରିବେନି ଅନ୍ୟ କିଛି ଜରୁରୀ କାମ ଅଛି । ମାସିକ ପଚାଶ ହଜାର ବେତନ ପାଇ ଅଭିନବ ବାବୁ ସରକାରୀ ଚାକିରୀ ଖଣ୍ଡେ ପାଇ ସହରରେ ନିଜ ପରିବାର ସହ ରହୁଛନ୍ତି ।ଦୁଇ ଝିଅ ଗୋଟିଏ ପୁଅ ସମସ୍ତେ ପ୍ରାୟ ଶିକ୍ଷିତ ବଡ଼ ପୁଅ ବି ଏଇ ପାଖ ଅଫିସ୍ ରେ କାମ କରେ । ସେ ବି ଭଲ ରକମର ସାଲାରୀ ପାଉଛି ।ଆଉ  ଅନ୍ୟ ଦୁଇ ଝିଅ ପଢା ପଢି ଜାରି ରଖିଛନ୍ତି ।ଏମିତିରେ ଉପର ଘରଟା ଭଡାରେ ଲାଗିଛି ସେଇ ଭଡା ବାବଦକୁ ପଇସା ଅଭିନବ ବାବୁଙ୍କ ପକେଟ ଆସେନି ତା ନନ୍ଦିନୀ ଦେବୀ ରଖନ୍ତି ।ଗାଁ ରୁ ଆସି ବେଶ ବଡ଼ ଷ୍ଟାଟସ ମେଂଟେନ କରି ଚଳନ୍ତି ,ସେମିତି ଅଭାବ ଅସୁବିଧା କିଛି ନାହିଁ କହିଲେ ଚଳେ ।

ଛୁଟି ବାତିଲ  କଥା ଟା ନନ୍ଦିନୀ ଦେବୀଙ୍କୁ  କିପରି କହିବି ଭାବି ଚିନ୍ତାରେ ପଡିଗଲେ ଅଭିନବ ବାବୁ ,କାରଣ ସବୁ କଥା କାଟିଦେଇ ହଉଛି କିନ୍ତୁ ହୋମ ମିନିଷ୍ଟର କଥା ନା ,ନ ମାନିଲେ ଏ ଘର ଭିତର ଗୋଟେ କୋର୍ଟ ହେଇଯିବ ଆଉ କାଠଗଳା ରେ ମୁଁ ।ପୁଣି ଅଫିସକୁ ନିଜର ଅସୁସ୍ଥତା କାରଣ ଦର୍ଶାଇ ବଡ଼ ସାରଙ୍କ ଠାରୁ ଛୁଟି ମଞ୍ଜୁର କରି ଦୁଇ ପ୍ରାଣୀ କାର ନେଇ ଗାଁ ଅଭିମୁଖେ ବାହାରି ପଡିଲେ ।କାର ରେ ଗଲା ବେଳେ ବାଟରେ ନନ୍ଦିନୀକୁ ପଚାରିଲି ..ଏତେ ଆଗ୍ରହର ସହ ଗାଁ କୁ ଯିବାର କାରଣ କଣ  ?ଜାଣି ପାରେ କି ମାଡମ ?
ଆରେ ତୁମକୁ କେତେ ଥର କହିଲିଣି ଗାଁ ରେ ଥିବା ଜମି ଆଉ ଘର ଡିହ ଟା ବିକି ଦେବା ଆଗକୁ ବଡ଼ ଝିଅକୁ ବାହାଘର କରିବା ଏତେ ଗୋଡାଏ ଖର୍ଚ୍ଚ କାଉଠୁ ଆଣିବା ।

ତାପରେ ତୁମ ବଡ଼ ଭାଇ ସବୁ ବର୍ଷ ସେଇ ଜମିରେ ଚାଷ କରି ଗୁଡାଏ ତ ଧାନ ଫସଲ ପାଉଛନ୍ତି ,ଆମେ କଣ ପାଉଛେ ଲାଭ ସେ ପାଉଛନ୍ତି । ବାକି ଯେଉଁ ଘର ଦୁଇ ବଖରା ହେବ ସେଇ ଦୁଇ ବଖରା ତ ତୁମ ପୁତୁରା ମାନେ ରହିଲେ । ଆରେ ଆମ ତ ସେଇଠି ରହୁନେ ତକୁ ବିକି ଦେବା । ଅରେ ନନ୍ଦିନୀ ତୁମେ ବୁଝୁନ କାହିଁକି ଆମର ତ କିଛି ଅସୁବିଧା ନାହିଁ ।

ଝିଅ ବାହା ଘର ପାଇଁ ଢେର ପଇସା ଅଛି ଆଉ ଏମିତିରେ ସେ ଜମି ବିକିବା କାହିଁକି । ଯେଉଁ ଘର କଥା କହୁଛ ସେ ଘର ଜାଗା ଦୁଇଟା ପରିବାର ରହିବା ଯୋଗ୍ୟ ନଥିଲା ଜଣଙ୍କ ପାଇଁ ନିଅଂଟ । ଜମି ବି ସେତେ ନାହିଁ ବୋଲି ମୁଁ ଭାଇଙ୍କୁ ସେ ଜମି ଚାଷ କରିବାକୁ ଦେଇ ଆସିଥିଲି ଆଉ ଆମର ତ ସହରରେ ବେଶ ବଡ଼ ଜାଗା ଟିଏ ଅଛି ଅସୁବିଧା କଣ ?ହେ ତୁମ ସୁବିଧା ଅସୁବିଧା ତୁମ ପକେଟରେ ରଖିଥାଅ କହି ଡ୍ରାଇଭର  କୁ ଗାଡି ସ୍ପୀଡ଼ ଚଳେବାକୁ କହିଲେ ନନ୍ଦିନୀ ଦେବୀ ।

ଏପଟେ ଅଭିନବ ବାବୁ ସହର ଚିଡ଼ିଆ ଖାନା ପଞ୍ଜୁରୀ ଭିତରୁ ବାହାରି ଆସି ଥିବାରୁ କାରର କାଚ ଖସେଇ ସେଇ ବଣ ପାହାଡ଼ ଆଉ ବିଲ କ୍ଷେତ କୁ ଦେଖି ଖୁସି ଆନନ୍ଦ ପାଉଥିଲେ । ଗାଁ ଯେତିକି ନିକଟବର୍ତ୍ତୀ ହେଉଛି ସେତିକି ଗାଁ ର ଅଭୁଲା ସ୍ମୃତି ଗୁଡିକ ମନେ ପଡି ଯାଉଛି ଏମିତିକି …ବାପା ଚାଲିଗଲା ପରେ ବଡ଼ ଭାଇର ପାଠ ପଢ଼ାରେ ଡୋରି ବାନ୍ଧି ହେଇଗଲା ।ଆଉ ମୋତେ ତା ଜମା ଦେଇ କାନ୍ଧରେ ବସାଇ ଗାଁର ଚାଟ ଶାଳୀକୁ ନେଇଯାଏ ।ସେଇଠି ଛାଡି ଦେଇ ଆସେ ପୁଣି ଆଣିବାକୁ ଯାଏ । ବାପାଙ୍କର ବୃତିକୁ ଆପଣେଇ ବିଲରେ ହଳ ଧରି ଝାଳ ନିଗାଡି ମୋତେ ପାଠ ପଢେଇଛି ।ନିଜେ ଅପାଠୁଆ ରହିଛି । ଗାଁ ରେ କେବଳ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ଥିବାରୁ ମୁଁ ଯାଇ ଗାଁ ଠୁ ଦୁଇ କିମି ଦୂର ଗାଁରେ ପଢ଼ିଲି ।

ଚାଲି ଯିବାରେ ପାଦ ବ୍ୟଥା ହେବା ନେଇ ଭାଇକୁ କହିଲି ଭାଇ ମୁଁ ଆଜିଠୁଁ ତୋ ସହ ବିଲ କାମ କରିବି ସ୍କୁଲ ଜୀବିନି ,ଠ କିନା ଚଟକଣାଟେ ମାରିଥିଲେ ଅରେ ତୁ ସାଇକେଲ ରେ ସ୍କୁଲ ଯିବୁ ,ସେତେ ବେଳେ ସାଇକେଲ ଟା ସ୍ୱପ୍ନ ଗାଁ ରେ ପ୍ରାୟ ଦୁଇ ତିନି ଜଣ ପାଖରେ ସାଇକେଲ ଥାଏ ତଥାପି ଧାନ ବିକି ସାଇକେଲ ଟିଏ ଆଣିଦେଲା ।ଘରେ ଭଉଜଟିଏ ନଥିବାରୁ ସମସ୍ତେ ବହୁତ କଥା କହୁଥିଲେ ସାହି ପଡ଼ିଶାରେ ସମସ୍ତେ ବୁଝାଉଥିଲେ ଭାଇକୁ ଯେ ବାହା ହେଇଯିବାକୁ ,ହେଲେ ସେ ରୋକ ଠୋକ ମନା କରିଦିଏ ଆଉ କୁହେ ବାହାର ଝିଅଟା ଆସିଲେ ମୋ ସାନ ଭାଇର ଯତ୍ନ ନେବ କି ।ଛୋଟ ଛୁଆ ଟା ସେ ,ଥାଉ ମୋର ବାହାଘର ହବାର ନାହିଁ ।ହେଲେ ମୁ ଜିଦ କରି କହିଲି ତୁ ବାହା ନହେଲେ ମୁ ଆଉ ପଢିବିନି ।ସେଇ ପଦେ କଥାରେ ଭାଇ ହଁ ।ଭରିଲା  ଆଉ ଭାଉଜ ବି ଆସିଲେ ।

ଗାଁ ପାଖ ସ୍କୁଲ ରେ ଉଚ୍ଚ ଶ୍ରେଣୀରେ ପଢ଼ା ସଲା ପରେ ମୁଁ ଯାଇ ଗାଁ ଠାରୁ ପଚିଶି କିମି ଦୂର ବାଳକୃଷ୍ଣ ଜୁନିଅର ଏବଂ ଡିଗ୍ରୀ
କଲେଜ ରେ କମର୍ସ ରେ ଯୋଗ ଦେଲି । ଘରକୁ ଗଲେ ଦୁଷ୍ଟ ହେବି ବୋଲି ଭାଇ ଆଣି ହଷ୍ଟେଲ ରେ ନାମ ଲେଖାଇ ଦେଲା ।ଯେଉଁ ଦିନ  ନାଁ ଲେଖା ହେଲା ସେଦିନ ଆଉ ମୁଁ କହିଲି ଭାଇ ଆଜି ମୁଁ ହଷ୍ଟେଲ ରେ ରହିବିନି ତୋ ସହ ଘରକୁ ଯିବି ।କାଲି ଆସିବା ।ସେଇ ଦିନ ପୁଣି ଘରକୁ ଫେରିଲୁ  ସନ୍ଧ୍ୟାରେ ଭାଇ କହିଲେ ମନ ଦେଇ ପଢ଼ିବୁ ଆଉ ଆମ ଗାଆଁରୁ ତୁ ଆଗ ଚାକିରୀ କରିବୁ ।ମୁଁ ତା କଥାରେ ହଂ ଭରିଲି ।କିଛି ଗୋଟେ ଜିନିଷ ବ୍ୟାଗରେ ରଖିଲା ବେଳେ ଭାଇ ଭାଉଜ ଙ୍କ କିଛି କଥା କାନରେ ପଡିଲା ..ଭାଇ କହୁ ଥାନ୍ତି ,ବୁଝିଲ ରମା ପିଲାଟର ହଷ୍ଟେଲ ରେ ସିନା ନାଁ ଟା ଲେଖେଇ ଦେଲି ହେଲେ ପ୍ରତି ମାସ ଟଙ୍କା ପଠେଇବାକୁ ହେବ ।

ଭାଉଜ କହିଲେ ତୁମେ ଏମିତି ବ୍ୟସ୍ତ ହୁଅନି ଦୁଇ ବର୍ଷ ଖର୍ଚ୍ଚ ଯାହା ତମେ ପଚାରିକି ଆସିବ ।ମୋ ସୁନା ଗୁଡାକ ବିକି ଦେବା ହେଲେ ଅଭି ପଢନ୍ତୁ ।ସେଇ ଦିନ ମୁଁ ପ୍ରଥମ ଥର ଜିଦ କରି କିଛି ଭୁଲ କରିନି ବୋଲି ମନେ ହେଲା ।ମା ଥିଲେ ଏତିକି କରି ପାରିଥାନ୍ତା କି ନାହିଁ ସନ୍ଦେହ ହେଲା ।ପର ଦିନ ହଷ୍ଟେଲ ରେ ନେଇ ଛାଡି ଆସିଲେ ।ଏମିତି ପ୍ରତି ମାସ ଆସି ପଇସା ଦେଇ ବୁଝା ସୁଝା କରି ଯାଆନ୍ତି ।

ଏମିତି ଗୋଟେ ଦିନ ଭୀଷଣ ଜ୍ବର ହୋଇଥିଲା ମୋତେ ଭାଇ ଖବର ପାଇ ବସ ନ ମିଳିବାରୁ ଘରୁ କ୍ଷୀର ଧରି ଚାଲି ଚାଲି ଆସି ହଷ୍ଟେଲ ରେ ପହଁଚିଲେ ସାଥିରେ କ୍ଷୀର ସହ ଗୋଟେ ମଶାରୀ ଆଣି ଦେଲେ । ସନ୍ଧ୍ୟା ହୋଇଆସିଥିଲା ରାତିରେ ହଷ୍ଟେଲ ଇନଚାର୍ଜ ଙ୍କ ଠାରୁ ଅନୁମତି ନେଇ ରାତିଟା ମୋ ପାଖରେ ରହିଲେ ରାତି ତମାମ ଗୋଡ଼ ମୋଡି ନିଜ ଗାମୁଛାରେ ଓଦା କରି ପଟି ଲଗେଇ ମୁଣ୍ଡ ପାଖରେ ଏମିତି ବସି ଥାନ୍ତି । ରାତି ଅନିଦ୍ରା ହୋଇ ପର ଦିନ ମେଡ଼ିସିନ ଆଣି ଦେଲେ ।ଯଦିଓ ଚେର ମୁଳି ଉପରେ ବେସି ବିଶ୍ୱାସ କରୁଥିଲେ ଭାଇ ।

ଯୁକ୍ତ ତିନି ଶେଷ ହେଲା ପରେ ମୋ ଅଜାଣତରେ ଭାଉଜଙ୍କ କାନ ବେକ ସବୁ ଖୋଲା ପଡିଥିଲା ଯାହା ଥିଲା ସବୁ ଗହଣା ମୋ ପଢ଼ା ପଢିରେ ଶେଷ ।ଚାକିରି ପାଇଁ ଇଣ୍ଟରଭିୟୁ ଦେବା ପାଇଁ ସବୁ ପଇସା ବି ସେ ଖର୍ଚ୍ଚ କରିଛନ୍ତି ଯଦିଓ ମୁଁ ଘରୋଇ  ଟିୟୁସନ ଆରମ୍ଭ କରିଥିଲି ।ତଥାପି ଭାଇ ସବୁ କିଛି ଦେଇଛି ।
ଏମିତି ଭାବୁ ଭାବୁ ଗାଡ଼ି ଯାଇ ଗାଁ ରେ ପହଂଚି ସାରିଥିଲା ।ନନ୍ଦିନୀ ଏହା ଭିତରେ ସୋଇ ପଡିଥିଲା । ଗାଁ ଆସିଗଲା କହିବା କ୍ଷଣି ହଠାତ ଉଠି ପଡ଼ିଲା ।ଗାଡିରୁ ଓଲ୍ହାଇ ହାତେ ଲମ୍ବର ଓଢଣା ଦେଇ ଭାଉଜଙ୍କୁ ,,ଅପା ,,ପ୍ରଣାମ ଭାଇ ,,ପ୍ରଣାମ …ଏମିତି କରିବା ନନ୍ଦିନୀର ପ୍ରଥମ ।କିନ୍ତୁ କାରଣ ଟା କଣ ଜାଣି ପାରୁଥିଲି ଆଉ ଆଜି ଏତେ ସମ୍ମାନ କାହିଁକି ବୁଝି ପାରୁଥିଲି ।କାହିଁକି ନା ଜମି ଘର ଭାଗ ହବ ନା ,,,ଭାଇଙ୍କୁ ପ୍ରଣାମ କରି କିଛି ସମୟ ଶୋଇ ରହିଲା ପରେ ।

ଅପରାହ୍ନରେ ନନ୍ଦିନୀ  କହିଲା ଶୁଣ  ଆଜି ଭାଇଙ୍କୁ କହିଦବ ସକାଳୁ ଜମି ଘର ଭାଗ କରିବା ବୋଲି । ତା କଥା ଶୁଣି ଚମକି  ପଡ଼ିଲିଭାବିଲି ନନ୍ଦିନୀ ଭାଗ ବଣ୍ଟା କଥା ଟା ଉଠେଇବ ନାହିଁ ଯଦିଓ ସେ ଜାଣିଛି ମୋତେ ମଣିଷ କରିବାରେ ଭାଇର ଭୂମିକା କଣ ?କିନ୍ତୁ ସେପରି କରିବାର କୌଣସି ଆଭାସ ମୋତେ ମିଳୁ ନଥିଲା ?ସେ ସିନା ପର ହେଲେ ମୁଁ ତ ଜାଣିଛି ମୋ ଭାଇ କଣ କେମିତି ଦୁଃଖକୁ  ସେ ସାମ୍ନା କରି ମୋତେ ମଣିଷ କରିଛି । କେମିତି ମୁ ଏପରି ପ୍ରସ୍ତାବ ଟେ ଦେବି କି ମୁଁ ଏଠିକୁ ଭାଗବଣ୍ଟନ ପାଇଁ ବହୁତ ଦିନ ପରେ ଆସିଛି !ମୁଖ ମଣ୍ଡଳ ଯେମିତି ଗୋଟେ କା ପୁରୁଷର ଲକ୍ଷଣ ମାନ ପ୍ରକାଶ କରୁଥିଲା । ନିଜକୁ ଘୃଣା ଲାଗୁଥିଲା କେମିତି କହିବି ଏମିତି ଗୋଟେ ନିର୍ଲଜ କଥା ସ୍ୱାର୍ଥପର କେମିତି ହେବି । ଭାବିବା ଭିତର ଭାଇଙ୍କ ସହ ଗାଁ ବନ୍ଧ ଆଡେ ବୁଲିବାକୁ ବାହାରିଲି ।

ନିଜର ଇଚ୍ଛା ନଥିଲେ ବି ନନ୍ଦିନୀ ସହ ବଡ଼ ଝଗଡା ହେବାର ଆଶଙ୍କା ମନକୁ ତୀବ୍ର ରୁ ତୀବ୍ରତର ଆଡ଼କୁ ଘୋଷାଡି ନେଲା ପରି ମନେ ହେଲା ।ଏମିତି ଏକ ଦୋଛକିର ମୁହୂର୍ତ୍ତ ଆସିବ ବୋଲି ସ୍ୱପ୍ନରେ ସୁଧା ଭାବି ନଥିଲି । ଚାଲୁ ଚାଲୁ ଦୁଇ ଭାଇ ପୋଖରୀ ପାହାଚ ଉପରେ ବସିଗଲୁ ।ଭାଇ କହିବାକୁ ଆରମ୍ଭ କଲେ … ଆରେ ଅଭି ସବୁ ବେଳେ ଖବର ପଠେଇଛି ହେଲେ ତତେ ସମୟ ହେଇନି, ତତେ ଆଜି ଯେତେ ବେଳେ ଆସିଛୁ  ,ମୁଁ କଣ କହୁଥିଲି କି,ଯେଉଁ ଜମି କେତେ ଖଣ୍ଡ ଆଉ ଘର ଡିହ ରହିଛି ତାକୁ ଭାଗ କରିଦେଲେ ହୁଅନ୍ତା, ବଡ଼ ପୁଅଟା ଅଲଗା ଖାଇଲାଣି ସାନ ବି ଚାହୁଁଛି ଭାଇ ଭାଗ । ଯଦି ଆମେ ଭାଗ କରିଦେବା  ମୋ ଭାଗରେ ଯାହା ପଡିବ ମୁଁ ଦୁଇ ପୁଅଙ୍କୁ ଦେଇ ଟିକେ ଶାନ୍ତିରେ ରହିବି ।

କେତେବେଳେ କଉ କଥା ଶୁଖିଲା ପତ୍ର ହେଇଗଲିଣି ଝଡି ପଡିବି ।ଭାଇଙ୍କ କାଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା ମୋ ମନ ଭିତରେ ଉଠୁଥିବା ପ୍ରସ୍ତାବ ଟି ଭାଇ କେମିତି ନିଜ ଆଡୁ ଦେଇଦେଲେ । ମନ ସିନା କିଛି ପରିମାଣର  ହାଲକା ହେଇଗଲା ହେଲେ ଅପର ପକ୍ଷରେ ଅନ୍ତର ଆତ୍ମା ନିଜ କୁ ଗୋଟେ ପ୍ରଶ୍ନ ପଚାରି ଚାରିଥିଲା ତୋର କଣ କିଛି କର୍ତ୍ତବ୍ୟ ନାହିଁ ?ଏତେ ସ୍ୱାର୍ଥ ପର ତୁ ?ମୁଁ କେବଳ ଭାଇର ତ୍ୟାଗ ଆଉ ଉଦାରତା ମନ ଦେଖି ବିସ୍ମିତ ହେଉଥିଲି ।ଏତେ ବଡ଼ ଦେବତାର ପାଦ ତଳେ ନିଜ ଅଶ୍ରୁ ଢାଳି ତା ପାଦ ଧୋଇ ଦେବାକୁ ମନ ଆଉଟୁ ପାଉଟୁ ହେଉଥିଲା ।ହେଲେ କ୍ଷଣିକ ପାଇଁ ନୀରବରେ କାନ୍ଦିବାକୁ ଲାଗିଲି  ।ନମାଗିବା ପୂର୍ବରୁ ସବୁ ଇଛା ପୂରଣ କରୁଥିବା ଭାଇ ଆଜି ନକହିବା ପୂର୍ବରୁ ମନ ଭିତରକୁ ପଢ଼ିଦେଲା କେମିତି ? ସେ ଦେବତା ନୁହଁ ତ ଆଉ କଣ !
ଘରକୁ ଫେରିଲା ବେଳେ କାର ଭିତରେ ନନ୍ଦିନୀ ମୋ କାନ୍ଧରେ ମୁଣ୍ଡ ରଖି ଶୋଇଗଲା ।ଏମିତି ପ୍ରେମ ଦୀର୍ଘ ୧୦ବର୍ଷ ହେବ ମୁଁ ଅନୁଭବ କରି ନଥିଲି ।କାରଣ ତା ଇଛା ପୂରଣ ହୋଇଯାଇ ଥିବାରୁ ।

ହେଲେ ମନକୁ ମୁଁ ବୁଝେଇ ପାରୁନଥିଲି ନିଜ ବିବେକ କୁ ଧିକାର ଅସୁଥିଲା ଏତେ ଅକୃତଜ୍ଞ ,ଏତେ ଲୋଭୀ ତୁ ଏପରି ଅନେକ ପ୍ରଶ୍ନ ଅନ୍ତରକୁ ଦଳି ଚକଟି କ୍ଷତାକ୍ତ କରୁ ଥାଏ । ଅପରାଧୀ ବୋଲି ମନେ ହେଉଥିଲା ନିଜକୁ ,କାହାକୁ ବା କହି ପାରୁନଥିଲି କି ଏମିତି ଘଟଣା ସମ୍ପର୍କରେ ,ହେଲେ ଆଉ କାହାକୁ ଖୁସି   ଦେଖିବାକୁ ଆଉ ଏକ ପାରିବାରିକ ଝଡ଼ରୁ ବର୍ତି ଯିବା ପାଇଁ ନିଜର ବିବେକ କୁ ତଣ୍ଟି ଚିପି ହତ୍ୟା କରିବାକୁ ହୁଏ, ପ୍ରଥମ ଥର ଜାଣୁଥିଲି ।

✍️ଅଜିତ କୁମାର ଦାସ

new life
You might also like
error: Content is protected !!