ଜୀବନର ମାନେ ଜୀବନ ନୁହେଁ ତ
ଦୁଃଖରେ ଯେ ନିତି ଥାଏ,
ଦୁଃଖିର ଜୀବନେ ସୁଖ ନଥାଏ ତ
ଦୁଃଖ ଭରି ରହିଥାଏ ।
ଦୁଃଖର ସମୟ ପାରି ହେବାପାଇଁ
ସଦା ଚେଷ୍ଟା କରୁଥାଏ,
ଦୁଃଖି ମଣିଷକୁ ସୁଖ ଦେବାପାଇଁ
ଜୀବନରେ କେହି ନୁହେଁ ।
ଅନ୍ୟର ଦୁଃଖରେ ଦୁଃଖି ହୁଏ ସେତ
ନିଜଦୁଃଖ ଭୁଲିଯାଏ,
ଅନ୍ୟର ସୁଖରେ ସୁଖି ହେବା ପାଇଁ
ନିଜକୁ ସମର୍ପି ଦିଏ ।
ଜୀବନର ଭାଗ୍ୟ କିଏବା ରୋକିବ
ହେବ କିଏ ବଳିଆନ,
କପାଳ ଲିଖନ କିଏ ଲିଭାଇବ
କିଏ ହେବ ତା ସମାନ ।
ଜୀବନେ କେବେ ସୁଖ ନ ମିଳିଲେବି
ସମସ୍ତଙ୍କ ଖୁସି ଚାହେଁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ସଭିଙ୍କ ଉଦ୍ଧାର ଚାହେଁ ।
✍️ଶାନ୍ତନୁ କୁମାର ସାହୁ