News
WhatsApp Image 2023-10-04 at 17.25.00
samparksetu

ଜୀବନ ପଥେ

ଜୀବନର ବାଟ ଅଁକା ବଙ୍କା  ଏଠି
                  ଭରିଅଛି ଖାଲ ଖମା
ରାସ୍ତାକୁ ପରଖି ଚାଲ ପାଦ ଚାପି
                   ଦୁଃଖ ଆସିବନି ଜମା  l

ସେ ଜୀବନ ପଥେ ଚାଲନ୍ତି ସମସ୍ତେ
                   ଜନ୍ମ ଲଭି ଏ ମରତେ
ଜୀବନର  ରାସ୍ତା ଅଫେରା ଅବସ୍ଥା
                   କାଲି କଥା ସ୍ବପ୍ନ ସତେ l

ଜୀବନର ପ୍ରତି ମୁହୂର୍ତ୍ତଟି ଏଠି
                   ବଞ୍ଚ ଖୁସି ଆନନ୍ଦରେ
ଶୁଭେଚ୍ଛା ସକାଳୁ ମୋର ସମସ୍ତଙ୍କୁ
                   ଆଜି ଏ ଶୁଭ ବେଳାରେ l

✍️ସରୋଜ ସାହୁ

new life
You might also like
error: Content is protected !!