କଙ୍କଡାହାଡ଼ ଥାନା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗ୍ରାମର ମିନି ନାଏକ(୪୫) ମୃତ ଦେହ ଉଦ୍ଧାର ।ଗତକାଲି ଠାରୁ ମିନି ନାଏକ ନିଖୋଜ ଥିଲେ ,ଆଜି ତାଙ୍କ ମୃତଦେହ କମ୍ପୁଲେଇ ଗ୍ରାମ୍ୟ ଜଙ୍ଗଲରେ ପୋତା ଯାଇଥିଲା ।
ଖବର ପାଇ କଙ୍କଡାହାଡ଼ ପୋଲିସ,ଢେଙ୍କାନାଳ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି କଙ୍କଡାହାଡ଼ ତହସିଲଦାର ରବୀନ୍ଦ୍ର ସାମଲଙ୍କ ଉପସ୍ଥିତରେ ଶବ ଉଦ୍ଧାର କରାଯାଇଥିଲା ।
ଶବ ବ୍ୟବଛେଦ କରିବା ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ କୁ ପଠାଯାଇଛି ।ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ କହିଛନ୍ତି ମୃତ ମିନି ନାଏକଙ୍କ ଭାଉଜ ଅଖୁଜି ନାଏକ ଆଜି ଅପରାହ୍ନ ୨ ଟା ସମୟରେ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ନଣନ୍ଦଙ୍କୁ ହତ୍ୟା କରାଯାଇଛି ।ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।