News
WhatsApp Image 2023-10-04 at 17.25.00
samparksetu

ହାତୀ ଉପଦ୍ରବ ,ପନି ପରିବା ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l

ପ୍ରାୟ ଦୁଇ ଏକର ଜମିରେ ଚାଷୀ ସୁକାନ୍ତି ଭୂୟାଁ ,ମୁରଲୀଧର ଭୂୟାଁ, ରବି ନାୟକ ପରିବା କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି ବିନ୍ସ, କଖାରୁ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ମହୁଲଖୋଳି ଗ୍ରାମରେ ଚାଷୀ ଶ୍ରୀକାନ୍ତ ଗୋଛାୟତଙ୍କ ଘରୁ ଅଖା ବସ୍ତାରେ ରଖିଥିବା ଧାନ ଖାଇଥିବାର ଜଣା ପଡିଛି l

ଚାଷୀ ଗୋଲଖ ବିହାରୀ ବେହେରାଙ୍କ ଲଗାଇ ଥିବା ଏକ ଏକର ଆଳୁ ନଷ୍ଟ କରିଛନ୍ତି l ଆଜି ସକାଳେ ଏ ସମ୍ପର୍କରେ ଜାଣିବାପରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି l ଧାରକରଜ କରି ଚାଷ କରିଥିବା ବେଳେ ଅମଳ ପୂର୍ଵରୁ ହାତୀ ଉଜାଡି ଦେଇଥିବାରୁ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡ଼ିଛନ୍ତି l ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ ହାତୀକୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

new life
You might also like
error: Content is protected !!