News
WhatsApp Image 2023-10-04 at 17.25.00
samparksetu

ମକର ସଂକ୍ରାନ୍ତି

ମାଘ ମାସ କୃଷ୍ଣପକ୍ଷ ସଙ୍କରାନ୍ତି ତିଥି
ମକର ସଂକ୍ରାନ୍ତି ନାମେ ପାଇଛି ପ୍ରସିଦ୍ଧି
ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯେ ଆରମ୍ଭ
ଧିରେ ଧିରେ କମିଯାଏ ଶୀତର ପ୍ରଭାବ ।

ଧନୁ ରାଶି ଘରୁ ରବି ମକରକୁ ଯିବେ
ଦିନକୁ ଦିନ ଉତ୍ତାପ ବଢେଇ ଚାଲିବେ
ଶସ୍ୟ ଅମଳେ ଏ ଘଡି ଆଣେ ସୁଖ ଶିରୀ
ଆଧ୍ୟାତ୍ମିକ ଚେତନାରେ ହୃଦ ଯାଏ ଭରି ।

ଗଙ୍ଗା ସ୍ନାନ କରି ଭକ୍ତେ ଅରଜନ୍ତି ପୁଣ୍ୟ
ଆଦିତ୍ୟ ଆରାଧ୍ୟ ଅର୍ଥେ ଶ୍ରେଷ୍ଠ ଆଜ ଦିନ
ନାନାଦି ସୁମିଷ୍ଟ ଭୋଗ ମକର ଚାଉଳ
ହର୍ଷୋଲ୍ଲାସେ ପୁର ପଲ୍ଲୀ ଗହଳ ଚହଳ ।

କେଉଁଠି ପୋଙ୍ଗଲ୍ ଏ ତ କେଉଁଠି ଖିଚିଡି
କେତେକ କହନ୍ତି ବିହୁ କେତେକ ଲୋହରି
ଗୁଡି ଉଡା ପରମ୍ପରା ଅନେକ ପାଳନ୍ତି
ଦେବାଳୟ ଯାଇ ପୂଜା ଅର୍ଚ୍ଚନା କରନ୍ତି ।

କଥା ଅଛି ଏ ଲଗନେ ହୋଇଲେ ମରଣ
ଆତ୍ମା ପାଏ ବିଷ୍ଣୁଲୋକ ବୈକୁଣ୍ଠରେ ସ୍ଥାନ
ଧନ୍ୟ ଏ ଭାରତ ଭୂମି ଧନ୍ୟ ଭାରତୀୟ
ଧରା ବୁକେ ସର୍ବୋତ୍କୃଷ୍ଟ ଆମ୍ଭ ପରିଚୟ ।

✍️ଡ଼ଃ ସୌମ୍ୟେନ୍ଦ୍ର ମିଶ୍ର

new life
You might also like
error: Content is protected !!