News
WhatsApp Image 2023-10-04 at 17.25.00
samparksetu

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଜିରାଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏକାଦଶୀ ପତି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପୂର୍ତ୍ତ ବିଭାଗ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସିପ୍ରା ବରାଳ, ଭୁବନ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ,ଅରଖପାଳ ସମିତି ସଭ୍ୟ ଗତିକୃଷ୍ଣ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଦିଲ୍ଲୀପ କୁମାର ରାଉତ,ପ୍ରଭାସ କୁମାର ଦାଶ, ସଭ୍ୟ ସୁରେଶ କୁମାର ମଲ୍ଲିକ, ସଭ୍ୟା ପ୍ରଣତୀ ନାୟକ, ପ୍ରସାଦ ବେହେରା, ନିରୁପମା ଦାଶ ଉପସ୍ଥିତ ଥିଲେ।

ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ର କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷାକେନ୍ଦ୍ର ତରଫରୁ ହରିହର ଦାଶ ଙ୍କୁ ଆଞ୍ଚଳିକ ଶ୍ରେଷ୍ଠ ଗୀତା ଗବେଷକ ସମ୍ମାନ ପ୍ରଦାନ କରାଯାଇଛି। ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜ୍ଞାନ ମଞ୍ଜରୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କୁମାର ବରାଳ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ ସହିତ ବାର୍ଷିକୋତ୍ସବ ପରିଚାଳନା କରିଥିଲେ। ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

new life
You might also like
error: Content is protected !!