News
WhatsApp Image 2023-10-04 at 17.25.00
samparksetu

ଘରୋଇ କଳହରୁ ଆତ୍ମହତ୍ୟା

ସ୍ବାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କଲେ। ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମରେ।

ସୁଚନା ମୁତାବକ, ଗତକାଲି ଗୁରୁତର ଗ୍ରାମର ଶ୍ରୀକାନ୍ତ ପାତ୍ର ଓ ତାଙ୍କ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଝଗଡା ଏତେ ତିବ୍ରତର ଥିଲା ଯେ ସ୍ବାମି ରଶି ଲଗାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ପରିବର ଲୋକେ ଉଦ୍ଧାର କରି ତୁରନ୍ତ ମଠକରଗୋଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। କୁନ୍ତୁ ପରିବାର ଲୋକେ ପୋଲିସ ଭୟରେ କାମାକ୍ଷାନଗର ମେଡିକାଲକୁ ନେବା ପରିବର୍ତେ ଶବ ଶତ୍କାର ପାଇଁ ଶ୍ମସାନକୁ ନେଇଯାଇଥିଲେ। ଖବରପାଇ କାମାକ୍ଷାନଗର ପୋଲିସ ଶ୍ମସାନରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!