News
WhatsApp Image 2023-10-04 at 17.25.00
samparksetu

ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଗ୍ରାମୀଣ ପାର୍କ , ଜନ ଅସନ୍ତୋଷ

ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ରେ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ୫ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଦୁଦୁରକୋଟ ଡାକ୍ତରଖାନା ସାମ୍ନା ଲରେ ଥିବା ପଡିଆରେ ସୂଚନା ଫଳକ ଲାଗିଛି ।

କିନ୍ତୁ ଅଦ୍ୟାବଧି ପାର୍କ ଚତୁଃପାର୍ଶ୍ଵ ରେ କେବଳ ୩ଫୁଟ ଉଚ୍ଚରେ ପାଚେରୀ ନିର୍ମାଣ ହୋଇ ଥିବା ବେଳେ ବାକି କୌଣସି କାମ ହୋଇପାରି ନାହିଁ ପ୍ରକୃତରେ କ’ଣ କାରଣ ପାଇଁ ଏ ପ୍ରକଳ୍ପ ଟି ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପଡି ରହିଛି ତାହା ଜନସାଧାରଣ ଙ୍କ ମନରେ ଅସନ୍ତୋଷ ଦେଖାଦେବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଏ ନେଇ ବର୍ତ୍ତମାନ ର ସରପଞ୍ଚ ଓ ପଂଚାୟତ ନିର୍ବାହୀ ଙ୍କ ମତାମତ ନେବାରେ କହନ୍ତି ସେ ପ୍ରକଳ୍ପ ର କୌଣସି ଫାଇଲ ପଂଚାୟତ କାର୍ଯ୍ୟାଳୟ ରେ ନାହିଁ ଓ ସେ ପ୍ରକଳ୍ପ ସମ୍ପର୍କ ରେ ଆମ ପାଖରେ କୌଣସି ସୂଚନା ନାହିଁ ତେବେ ପ୍ରକୃତ ତଦନ୍ତ ହେଲେ ସତ୍ୟାସତ୍ୟ ଜଣା ପଡିବ ।

new life
You might also like
error: Content is protected !!