News
WhatsApp Image 2023-10-04 at 17.25.00
samparksetu

ଆମ ପରିବାର

  ସେହି  ଆମ ଘର ହସେ ପରିବାର
                 ସମ୍ପର୍କରେ  ଏ  ସଂସାର
ସ୍ନେହ, ପ୍ରେମ, ଭକ୍ତି ରହିଥାଏ ସେଠି
                 ଜୀବନ ହୁଏ ସୁନ୍ଦର l

ଆଜି ପରିବାର ହୁଏ ଛାରଖାର
                  ସମ୍ପତ୍ତିର  ବାଣ୍ଟ ପାଇଁ
ନାନା ଅପରାଧ ହୁଏ ସଂଘଟିତ
                    ପରିବାରେ ସୁଖ ନାହିଁ l

ପରିବାର ମୂଳ ସମାଜେ ଆମର
                    ଶିକ୍ଷା, ସଂସ୍କାର ମିଳଇ
କନ୍ଦଳକୁ ଭୁଲି ଚଳ ପୂର୍ବ ଭଳି
                    ଶୁଭେଚ୍ଛା ଆଜି ଅଟଇ l

✍️ସରୋଜ ସାହୁ

new life
You might also like
error: Content is protected !!