News
WhatsApp Image 2023-10-04 at 17.25.00
samparksetu

ମୃତ୍ୟୁ ସହ ଲଢେଇ କରୁଛନ୍ତି ମେଧାବୀ ଛାତ୍ରୀ

ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି ।

ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ଗ୍ରାମର ଗୋବିନ୍ଦ ସାହୁ ଙ୍କ ଝିଅ ପ୍ରିୟଦର୍ଶନୀ ସାହୁ l ବାପା ତାଙ୍କର ଖଟିଖିଆ ଦିନ ମଜୁରିଆ ପରର ମୁଲ ଲାଗିଲେ ଘରେ ଚୁଲୀ ଜଳେ l ବୋଧେ ଏଇ କଥା ପିଲାବେଳୁ ପ୍ରିୟଦର୍ଶନିଙ୍କୁ ବାଧ୍ୟ କରିଛି ଭଲ ପାଠ ପଢି ମଣିଷଟିଏ ହେବାପାଇଁ l ହେଲେ ବିଧିର ବିଧାନ ରେ ବୋଧେ ସେକଥା ନାହିଁ l

ପିଲାବେଳୁ ଭଲ ପାଠ ପଢି ମେଧାବୀ ଛାତ୍ରୀ ଟିଏ ହୋଇ ପରୀକ୍ଷା ରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ କରୁଥିବା ପ୍ରିୟଦର୍ଶନୀ ଏବେ ଜୀବନ ମରଣ ଖେଳ ରେ ଲଢେଇ କରୁଛନ୍ତି l ପ୍ରିୟଦର୍ଶିନୀଙ୍କ ମା’ ପପୀନା ସାହୁ କୁହନ୍ତି ବହୁ ଧାର ଉଦ୍ଧାର କରି ଝିଅର ଚିକିତ୍ସା ଦୁଇ ବର୍ଷ ହେଲା କଲୁଣି l ଡାକ୍ତର କହୁଛନ୍ତି ନୂତନ କିଡନୀ ପ୍ରତିରୋପଣ ହେଲେ ହୁଏତ ପ୍ରିୟଦର୍ଶିନୀ ବଞ୍ଚି ଯାଇ ପାରନ୍ତି l

ମା’ ପାପୀନା ସାହୁ ଝିଅକୁ ତାଙ୍କର ଗୋଟିଏ କିଡନୀ ଦେଇ ଭଲ କରିବା ପାଇଁ ନିଷ୍ପତି ମଧ୍ୟ ନେଇଛନ୍ତି l ଡାକ୍ତର କହିଛନ୍ତି ଦଶ ରୁ ବାର ଲକ୍ଷ ଖର୍ଚ୍ଚ ହେବ । ହେଲେ ପର ପାଖରେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ଲୋକଟି ଏତେ ଟଙ୍କା ଆଣିବ କେଉଁଠୁ l

ସେଥିପାଇଁ ଏବେ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି l
ଏ ନେଇ ଘଟିପରି ଗ୍ରାମପଞ୍ଚାୟତ ର ସରପଞ୍ଚ ପଞ୍ଚାନନ ସାହୁ ଙ୍କର ପ୍ରତିକ୍ରିୟା ନେଇଥିଲୁ ସେ ମଧ୍ୟ ଜଣାଇଥିଲେ ପଞ୍ଚାୟତ ତରଫରୁ ସମସ୍ତ ସୁବିଧା ପ୍ରିୟଦର୍ଶନୀ ଙ୍କୁ ଯୋଗାଇଦେବେ l ପ୍ରିୟଦର୍ଶନୀ ଙ୍କ ପାଇଁ ଗାଁ ଗାଁ ବୁଲି ବୁଲି ଅର୍ଥ ସହାୟତା ମାଗିବେ l

new life
You might also like
error: Content is protected !!