News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଂଚାୟତ ସମିତି କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣି ରେ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ,ବିଭିନ୍ନ ବିଭାଗରୁ ମୋଟ ୧୭୩ଟି ଅଭିଯୋଗ ଆସିଥିଲା ।ତେବେ ସେଥିମଧ୍ୟରୁ ମାତ୍ର ୪୭ ଟି ଅଭିଯୋଗ ର ସମାଧାନ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ଏହି ଅଭିଯୋଗ ଶୁଣାଣି ରେ ମନରେଗା କାର୍ଯ୍ୟ ମେସିନ ରେ କରାଯାଉଥିବା ନେଇ ଦୁଇଟି ପଂଚାୟତ ର ଲୋକ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ, ପରଜଙ୍ଗ ଅଂଚଳରେ ଦିନକୁ ଦିନ ଲୁଟ ଓ ଡକାୟତି ବୃଦ୍ଧି ପାଇବାକୁ ନେଇ ବଣିକ ସଙ୍ଘ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଅଭିଯୋଗ କରିଥିଲେ ।

ସେପଟେ ଆବାସ, ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ତଦ୍ବୟ ଯୋଜନା ରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ନେଇ ଅଭିଯୋଗ କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା ।

new life
You might also like
error: Content is protected !!