News
WhatsApp Image 2023-10-04 at 17.25.00
samparksetu

ହକି ପାଇଁ ମିନି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ବିଶ୍ୱକପ ହକି ଖେଳ ଉପଲକ୍ଷେ ମିନି ଷ୍ଟାଡିୟମ ପରିସରରେ ମିନି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ହକି ବିଶ୍ୱ କପ ଅବସରର ମିନିଷ୍ଟାଡିୟମ ଠାରେ ଜାନୁଆରୀ ୨୭ରୁ ୨୯ ପର୍ଯ୍ୟନ୍ତ ତିନି ଦିନ ଧରି ମିନି ମହୋତ୍ସବ ଏବଂ ପଲ୍ଲିଶ୍ରୀମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।ଏହାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।ଶାନ୍ତି ଶୃଙ୍ଖଳାରସହିତ ମେଳାକୁ ଆୟୋଜନ କରାଯିବ ବୋଲି ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।

ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ଯାନାବାହନ ନିୟନ୍ତ୍ରଣ ଏବଂ ଗାଡି ପାର୍କିଂକୁବ୍ୟବସ୍ଥିତ କରାଯିବ । ମହୋତ୍ସବ ଉପଲକ୍ଷେ ମିନି ଷ୍ଠାଡିୟମ ଠାରେ ଜିଲ୍ଲା ତଥା ରାଜ୍ୟର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ ।ମେଳାରେ ଜିଲ୍ଳାର ଏସଏସଜି ଗ୍ରୁପ,ଅନ୍ୟ ଜିଲ୍ଲାର ଏସଏସଜି ଗ୍ରୁପ ମାନଙ୍କ ସହିତ ପ୍ରମୁଖ ବିଭାଗର ୬୦ଟି ଷ୍ଟଲ ଖୋଲାଯିବାର ଯୋଜନା କରାଯାଇଛି । ଏହା ସହିତ ଫୁଡଷ୍ଟଲ ମଧ୍ୟ ଖୋଲାଯିବ ।

ମହୋତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡା ଓ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯିବ । ଆସନ୍ତା ୨୨ ତାରିଖ ସୁ୍‌ଦ୍ଧା ଜିଲ୍ଲାରେ ଥିବା ଉଦୀୟମାନ କ୍ରୀଡାବିତ ମାନେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ନିକଟରେ ଏବଂ କଳାସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ଜଣାଇ ଦିଆଯାଇଛି ।

ମିନି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଅବସରରେ ସ୍ମରଣିକା ପ୍ରକାଶ ପାଇବ । ଏହି ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ମହାବିଦ୍ୟାଳୟର ସ୍ୱେଛାସେବୀ ମାନେ ସହଯୋଗ କରିବେ । ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ମେଳା ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ ।

ବୈଠକରେ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ,ଉଦୟ କୁମାର ମହାପାତ୍ର, ସିଡିଏମଓ ଅଶୋକ କୁମାର ଦାଶଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!