News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କ ଆତ୍ମହତ୍ୟ ସନ୍ଦେହ

ପାରିବିରିକ କଳହରୁ ଯୁବକଙ୍କ ରଶି ଲଗାଇ ଆତ୍ମହତ୍ୟା ସନ୍ଦେହ। ମୃତ ଯୁବକ ହେଲେ କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ପ୍ରଶାନ୍ତ ସାହୁ । ସେ ତାଙ୍କ ଶ୍ବଶୁର ଘର ପରଜଙ୍ଗ ଥାନା ସରାଙ୍ଗ ଗ୍ରାମକୁ ଯାଇଥିଲେ l ଏବଂ ସେଠାରୁ ଦୁଇ ଦିନ ତଳେ ନିଜ ଘରକୁ ଆସିଥିଲେ।

ଗତକାଲି ସେ ଘରୁ ବାହାରି ସେ ଗ୍ରାମର ପାଳ ଆାଡେ ଏକା ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବିର ଲୋକେ ପାଳକୁ ଯାଇ ଖୋଜିବାକୁ ଯାଇଥିଲେ। ଦେଖିଲା ବେଳକୁ ଏକ ଗଛରେ ତାଙ୍କୁ ରଶିଲଗା ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନେଇଥିଲେ।

ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡିକାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲସି ପହଞ୍ଚି ଶବ ଜବତ କରି ପରିବାରକୁ ଶବ ହସ୍ତାନ୍ତର କରି ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!