ଭାଷା – ସାହିତ୍ୟର ସେନାପତି ତୁମେ
ତୁମକୁ କୋଟି ପ୍ରଣାମ
ତୁମେ ଏ ଜାତିର ଅଲିଭା ପ୍ରଦୀପ
ଜଳୁଥିବ ଚିରଦିନ।
ଭାଷା – ସାହିତ୍ୟର ସେନାପତି ତୁମେ
ତୁମକୁ କୋଟି ପ୍ରଣାମ। (୦)
କଥା – ସାହିତ୍ୟର ସେନାପତି ତୁମେ
ଲେଖିଗଲ ଯେତେ କଥା
ଆଜିଯାଏଁ କିନ୍ତୁ ପାରିଲୁନି ଆମେ
କହିବାକୁ ଶେଷ କଥା
କାବ୍ୟ କବିତାର ନାହିଁତ ତୁଳନା
ହେବନି କେବେ ମଳିନ,
ଭାଷା – ସାହିତ୍ୟର ସେନାପତି ତୁମେ
ତୁମକୁ କୋଟି ପ୍ରଣାମ (୧)
ସକଳ କ୍ଷେତ୍ରରେ ଦେଖା ଦେଇଅଛି
ମୂଲ୍ୟବୋଧ ଅବକ୍ଷୟ
ତୁମ ସର୍ଜନା କାଳଜୟୀ ସିନା!
ରହିଛି ଚିତ୍ତ ଅକ୍ଷୟ
ହେ କାଳଜୟୀ ସ୍ରଷ୍ଟା ପୁରୁଷ
ଜାତିକୁ କରିଛ ଧନ୍ୟ,
ଭାଷା – ସାହିତ୍ୟର ସେନାପତି ତୁମେ
ତୁମକୁ କୋଟି ପ୍ରଣାମ (୨)
ତୁମରି ଆତ୍ମା ଆଜିବି ଯେମିତି
ଚେତାଇ ଦିଏ ଜାତିକୁ –
ଆସିଅଛି ବେଳ ଭଲପାଅ ଏବେ
ଆମ ଭାଷା ସାହିତ୍ୟକୁ
ପ୍ରତିଟି ଓଡ଼ିଆ ମନ ଓ ପ୍ରାଣରେ
ଖେଳିଯାଉ ଏ ସ୍ପନ୍ଦନ…
ଭାଷା – ସାହିତ୍ୟର ସେନାପତି ତୁମେ
ତୁମକୁ କୋଟି ପ୍ରଣାମ। (୩)
✍️ଜ୍ୟୋତିର୍ମୟୀ ଶତପଥୀ