News
WhatsApp Image 2023-10-04 at 17.25.00
samparksetu

୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ଅର୍ଥ ଲଗାଣ କାରି ସଂସ୍ଥା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ଚନ୍ଦ୍ରଶେଖର ପଟନାୟକ ନାମକ ଜନୈକ ବ୍ୟକ୍ତି ରେକୁଳା ଗ୍ରାମ ନିକଟସ୍ଥ ରାସ୍ତା କଡରେ ଏକ ପ୍ରାଇଭେଟ ଘରଭଡା ନେଇ ଟ୍ରେଡର୍ସ ଗୁରୁଜୀ ନାମକ ଅର୍ଥ ଲଗାଣ କାରି ସଂସ୍ଥା ଖୋଲି ଦୀର୍ଘ ୩ ବର୍ଷ ହେଲା ନିଜକୁ ଶାଖା ପରିଚାଳକ ଭାବରେ ରହି କାର୍ଯ୍ୟ କରୁଥିଲେ ।

କିଛି ଏହି ଅଂଚଳ ର ଯୁବକ ଯୁବତୀ ମାନଙ୍କୁ ନେଇ ଏଜେଣ୍ଟ ଭାବରେ ନିଯୁକ୍ତି କରାଇ ହଜାର ହଜାର ଲୋକଙ୍କ ଠାରୁ ପ୍ରାୟ ପନ୍ଦର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ନେଇ ଏବେ ଭୁବନେଶ୍ୱର ରେ ରହୁଛନ୍ତି l ଏଥିନେଇ ବହୁ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେଇ ଏତେଲା କୁ ଗ୍ରହଣ ନକରି ଏଜେଣ୍ଟ ମାନଙ୍କୁ ଡକାଇ ରଫା ନାମା କରିବା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି l

ଏ ସମ୍ପର୍କ ରେ ଅନନ୍ତ ପୁର ସାହି ରେ ବାସ କରୁଥିବା ଜଣେ ଅବସର ପ୍ରାପ୍ତ କୃଷି ଅଧିକାରୀ କୃଷ୍ଣ ଚନ୍ଦ୍ର ସ୍ୱାଂଇ ଏ ସମ୍ପର୍କ ରେ ଥାନାରେ ଅଭିଯୋଗ କରିଥିଲେ l ଥାନା ଅଧିକାରୀଙ୍କୁ ଉପର ମହଲା ରୁ ଚାପ ପଡିବାରୁ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଙ୍କୁ ଲିଖିତ ଅଭିଯୋଗ କୁ ବଦଳାଇ ଏଜେଣ୍ଟ ବିନୟ ବିଶ୍ୱାଳ ତାଙ୍କଠାରୁ ପଇସା ଧାର ନେଇଛି ବୋଲି ଏକ ମୋକାଧମା ରୁଜୁ କରିଛନ୍ତି l

ଏଥି ନେଇ ଦଫା ଚାରିଶ କୋଡିଏ,୨୯୪ ,୫୦୬ ଧାରା ଲାଗିଛି, ଶ୍ରୀ ସ୍ୱାଇଁ ଙ୍କ ଠାରୁ ୫ ଲକ୍ଷ ୩୫ ହଜାର ଟଙ୍କା ଶ୍ରୀ ସ୍ୱାଇଁ ଙ୍କ ଆକାଉଣ୍ଟ ରୁ ବିନୟ ବିଶ୍ୱାଳ ଙ୍କ ଆକାଉଣ୍ଟ କୁ ଟ୍ରାନ୍ସଫର କରାଯାଇଥିବା ପ୍ରମାଣ ରହିଛି ।ଏ ସମ୍ପର୍କ ରେ ବିନୟ ବିଶ୍ୱାଳ ଙ୍କୁ ପଚାରିବାରେ ସେ ଉକ୍ତ ଶାଖାରେ କାର୍ଯ୍ୟ କରୁନଥିବା ମୋର ଗାଡି ଭଡାରେ ଲାଗିଛି ବୋଲି କହିଥିଲେ, ଦୁଇ ତିନି କିସ୍ତି କରି ଟଙ୍କା ସୁଝି ଦେବୀ ବୋଲି ଥାନାଧିକାରୀ ଙ୍କୁ କହି ଆସିଛି l

କିନ୍ତୁ ଅଦ୍ୟାବଧି କୌଣସି ବ୍ୟକ୍ତି ଅର୍ଥ ଫେରସ୍ତ ପାଇନଥିବା ବୋଲି ଜଣାପଡିଛି ବର୍ତ୍ତମାନ ଉକ୍ତ ଘରେ ଲାଗିଥିବା ବୋର୍ଡ ଉଠାଇ ଦେଇ ସଂସ୍ଥା ର ମାଲିକ ଓ ଏଜେଣ୍ଟ ମାନେ ଫେରାର ହୋଇଯାଇଛନ୍ତି l କେବଳ କାମାକ୍ଷାନଗର ନୁହେଁ ଭୁବନେଶ୍ୱର, ଅନୁଗୁଳ, କେନ୍ଦୁଝର ଆଦି ଜିଲ୍ଲା ମାନଙ୍କରେ ଏହି ଅର୍ଥ ଲଗାଣ କାରି ସଂସ୍ଥା ଟଙ୍କା ଲୁଟି ଥିବା ଖବର ଆମ୍ଭର ହସ୍ତଗତ ହୋଇଛି ଏଥିରେ କାମାକ୍ଷାନଗର ଅଂଚଳ ର ମହିଳା ଶିକ୍ଷୟତ୍ରୀ ଟଙ୍କା ହରାଇ ଥିବା ତଦନ୍ତ ରୁ ଜଣା ପଡିଛି l

ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ନେଇ ଫେରାର ହୋଇଥିବା ବେଳେ ପୋଲିସ କୌଣସି ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନ ନେଇ ରଫା ନାମା କରିବାର ରାସ୍ତା ଖୋଜୁଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଇଚି ।

ଏବେ ବିନୟ ଙ୍କ ଘର ସାରୁଆଳି ଗ୍ରାମ ଜଣାପଡିଥିବା ବେଳେ ତିନି ମହଲା ବିଶିଷ୍ଟ ଘର ଓ ଚାରୋଟି ଗାଡି ତାଙ୍କ ପାଖରେ ଥିବା ଦେଖିବାକୁ ମିଳୁଛି l ଏ ସମ୍ପର୍କ ରେ ଜିଲ୍ଲା ପୋଲିସ ଓ ପ୍ରଶାସନ ଉଚିତ ପଦକ୍ଷେପ ନେଇ ନିରୀହ ଲୋକଙ୍କ ଅର୍ଥ ଫେରି ପାଇବେ ତାହା ସର୍ବସାଧାରଣ ରେ ଦାବି ହୋଇଛି l

new life
You might also like
error: Content is protected !!