News
WhatsApp Image 2023-10-04 at 17.25.00
samparksetu

କଟନୀ ଛଟନୀକୁ ନେଇ ଧାନ ବସ୍ତା ରଖି ପ୍ରତିବାଦ

ଢେଙ୍କାନାଳ ଜିଲ୍ଳାରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରୀ ସମୟରେ ଚାଷୀ ମାନଙ୍କର କଟନୀ ଛଟନୀକୁ ନେଇ ନବର୍ନିମାଣ କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତାରଖି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିବାର ଜଣାପଡିଛି । କଟନୀ ଛଟନୀ ନିୟମରେ ନାହିଁ ବୋଲି ଯୋଗାଣ ଅଧିକାରୀ ମନ୍ତବ୍ୟ ଦେଉଥିବା ବେଳେ ମିଲର ମାନେ ଧାନ କାଟୁଥିବାର ସଙ୍ଘ ଅଭିଯୋଗ କରିଛି ।

ଜିଲ୍ଲା ନିବର୍ନିମାଣ କୃଷକ ସଙ୍ଗଠନତରଫରୁ ଚାଷୀମାନଙ୍କର ଧାନରୁ କଟନୀ ଛଟନୀକୁନେଇ ବାରମ୍ବାର ପ୍ରତିବାଦ କରାଯାଉଥିବେଳେ ମଣ୍ଡିରେ କଟନୀଛଟନୀ ଜାରିରହିଛି । ଏହାକୁ ନେଇ ସଙ୍ଗଠନ ତରଫରୁ ଆନ୍ଦୋଳନ କରାଯିବା ସହିତଧାନ କ୍ୱିଣ୍ଟାଲ ପିଛା ୪କେଜିରୁ ୨୦ କେଜି ପର୍ଯ୍ୟନ୍ତ କଟାଯିବା,ଚାଷୀ ମାନଙ୍କୁ ଅଖା ଟଙ୍କା ଫେରସ୍ତ କରାନଯିବା, ପରିବହନକୁ ନେଇ ଧାନ ବସ୍ତାରଖି ପ୍ରତିବାଦ କରାଯାଇଥିଲା ।

ମିଲର ଏବଂ ସୋସାଇଟି କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନଙ୍କୁ ଶୋଷଣ କରାଯାଉଥିବାର
ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଭାରୀ ଅଶ୍ୱିନୀ କୁମାର ଜେନାଙ୍କ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନ କରିବା ସହିତ ଧାନ ବସ୍ତାରଖି ଗଣଧାରଣା ଦେଇଥିଲେ । କଟନୀ ଛଟନୀକୁ ନେଇ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସେ କୁହନ୍ତି ଯେ ,ସରକାରଙ୍କ ବ୍ୟବସ୍ଥାରେକଟନୀ ଛଟନୀର ଆଦୌ ବ୍ୟବସ୍ଥା ନାହିଁ ।

ବ୍ଲକ ନୋଡାଲ ଅଫିସରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ନୋଡାଲ ଅଫିସର ମାନେ କାର୍ଯ୍ୟକରୁଛନ୍ତି,ଯଦି କୌଣସି ସ୍ଥାନରେ ସମସ୍ୟା ସୃଷ୍ଟି ହୁଏ ତାକୁ ତୁରନ୍ତ ସମାଧାନ କରିବାକୁ କହିଥିଲେ । କିନ୍ତୁ କଟନୀ ଛଟନୀକୁ ନେଇ ସମ୍ପୁର୍ଣ୍ଣ ଭାବରେ ଅଗ୍ରାହ୍ୟ କରି ଦେଇଥିଲେ । ଏ ସଂକ୍ରାନ୍ତରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ପ୍ରଭାରୀଙ୍କ କହିବା ଅନୁସାରେ କଟନୀ ଛଟନୀ କରାଯାଉଛି ।

ଅଖା ଟଙ୍କା ଫେରସ୍ତ ହେଉନଥବାରୁ ଚାଷୀମାନେ ଆନ୍ଦୋଳନକୁଓହ୍ଲାଇଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଳାପାଳଙ୍କୁ ପୂର୍ବରୁ ଅଭିଯୋଗ କରାଯାଇଥିଲା ଏବଂ ସେ କଟନୀ ଛଟନୀ ହେବନାହିଁ ବୋଲି ପ୍ରତିଶୃତି ଦେବା ପରେ ମଧ୍ୟ କଟନୀ ଛଟନୀ ହେଉଥିବାରୁ ଏଭଳି ପ୍ରତିବାଦ କରାଯାଇଛି । ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

new life
You might also like
error: Content is protected !!