News
WhatsApp Image 2023-10-04 at 17.25.00
samparksetu

ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଜି ଅପରାହ୍ନ ୩ ଘଟିକା ସମୟରେ କାମାକ୍ଷାନଗର ଏନ୍.ଏ.ସି ୧୩ ନମ୍ବର ଓ୍ଵାର୍ଡ ସ୍ଥିତ ଆଳତୁମା ଦଧିବାମନଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ବିଦ୍ୟାଳୟର କୃତି ମେଧାବୀ ଓ ଖେଳକୁଦ ନୃତ୍ୟ ସଂଗୀତରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ଏହାସହିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାଧନଶିକ୍ଷୟତ୍ରୀ ଶ୍ରୀମତୀ ବିଦ୍ୟାଵତୀ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ମହାନ୍ତି ମଞ୍ଚାସିନ ହୋଇ କାର୍ଯ୍ୟକ୍ରମକୁ ଶୋଭା ଵର୍ଦ୍ଧନ କରିଥିଲେ ।

new life
You might also like
error: Content is protected !!