News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ କାପୁଡିଆ ସମାଜ ର ଦ୍ଵିତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ବଜାର ସ୍ଥିତ ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ଆଜି ଜିଲ୍ଲା କାପୁଡ଼ିଆ ସମାଜ ର ଦ୍ବିତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କୁ ରାଜ୍ୟ କାପୁଡ଼ିଆ ସମାଜ ସଭାପତି ନବକିଶୋର ଗୁରୁ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଜିଲ୍ଲା ସଭାପତି ଖଗେଶ୍ବର ନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟ କ୍ରମରେ ଭୁବନ, ଷଡ଼ଙ୍ଗୀ ,ଝାରଦା,ବାଲିକିଆରି, ନୂଆସାହି, ସଞ୍ଜପଡା, କପି ସାହି ଓ ରାସୋଳ ର ସମସ୍ତ ଥାନ ର ଜାତି ଭାଇ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ଏଥିରେ ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜନ କରିଥିବା ୨୯ ଜଣ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲା ତରଫରୁ ସମ୍ମାନିତ କରାଯାଇଥିଲା। ଆଗାମୀ ଜିଲ୍ଲା ସମ୍ମିଳନୀ ଷଡ଼ଙ୍ଗୀ ଓ ଝାରଦା ରେ ହେବାପାଇଁ ସ୍ଥିରୀକୃତ ହୋଇଥିଲା।

ଏହି ସମ୍ମିଳନୀ କୁ ରାସୋଳ ର ଅଷୟ ସାହୁ,ବିନୟ ସାହୁ, ସଂଜୟ ସାହୁ,ଅମିୟ ସାହୁ, ଶମ୍ଭୁନାଥ ସାହୁ, କୁଳମଣି ସାହୁ, ଭାସ୍କର ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ଦାସ, ବୁ ସନ୍ତୋଷ ସାହୁ,ଲିଟୁ ସାହୁ, ନନ୍ଦ ସାହୁ ଓ ସମସ୍ତ କର୍ମ କର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ। ପରିଶେଷ ରେ ଜିଲ୍ଲା ସାଧାରଣ ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!