News
WhatsApp Image 2023-10-04 at 17.25.00
samparksetu

କାମ ସାରିବାରେ ଲାଗୁନି ଲଗାମ ; ଦୀର୍ଘ ଦୁଇମାସ ହେବ ଚାଲିଛି ବିଦ୍ୟୁତକାଟ , ଅତିଷ୍ଠ ହେଲେଣି ଅଞ୍ଚଳବାସୀ

ରାସ୍ତା ପ୍ରଶସ୍ତିକରଣ ନେଇ ବିଗତ ବର୍ଷ ଡିସେମ୍ବର ମାସରୁ କଲେଜ ଛକ ଠାରୁ କୁଞ୍ଜକାନ୍ତ ଅଞ୍ଚଳ  ପର୍ଯ୍ୟନ୍ତ ସକାଳ ୯ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି । ତେବେ ଦୁଇମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶସ୍ତି କରଣ କାର୍ଯ୍ୟ ସରୁନଥିବାରୁ ଏହି ବିଦ୍ୟୁତ କାଟ ଲାଗିରହିଛି । ସକାଳୁ ବିଦ୍ୟୁତ କାଟ  ହେଉଥିବାରୁ ଛାତ୍ରଛାତ୍ରୀ ଙ୍କ ପାଠ ପଢିବାରେ ନାହିଁନଥିବା ସମସ୍ୟା ଦେଖା ଦେଇଛି, ଆଗକୁ ପରୀକ୍ଷା ଆସୁଥିବାରୁ ଏଭଳି ବିଦ୍ୟୁତକାଟ ହେତୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଅନଲାଇନ ଫର୍ମ ଫିଲପ ହେଉ ବା ଜେରକ୍ସ  ସବୁ କାର୍ଯ୍ୟ ଠପ୍ ପଡିଛି ଦୀର୍ଘ ଦୁଇମାସ ହେବ ବ୍ୟାପାର ସମ୍ପୂର୍ଣ୍ଣ  ପୂର୍ଣ୍ଣଛେଦ ପଡିଛି ବୋଲି ଜଣାଇଛନ୍ତି ସ୍ଥାନୀୟ ବ୍ୟବସାୟୀ । ସେହିପରି ଏତେ ସମୟ ଧରି ବିଦ୍ୟୁତ କାଟ ହେତୁ ପମ୍ପ ଚାଲୁନଥିବାରୁ ସକାଳୁ ସକାଳୁ ପାଣି ସମସ୍ୟା ଲାଗିରହିଛି । 

ତେବେ କାମ ସରିବାରେ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହେଉନଥିବାରୁ ସକାଳୁ ଦୁଇପହର ପର୍ଯ୍ୟନ୍ତ ଏହି ବିଦ୍ୟୁତ କାଟ ସମସ୍ୟା ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି ।

new life
You might also like
error: Content is protected !!