News
WhatsApp Image 2023-10-04 at 17.25.00
samparksetu

ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଢେଙ୍କାନାଳ ବନଖଣ୍ଡ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ଦୁଦୁରକୋଟ ନିକଟସ୍ଥ ବାରିହା ରଗଡି ଗ୍ରାମ ନିକଟରେ ଏକ୍ କଲରାପତରିଆ ବାଘର ମୃତ୍ୟୁଘଟିଛି । ବାଘର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଟ ହୋଇ ନଥିବା ବେଳେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ନା ବିଷ ପ୍ରକୀୟା ଯୋଗୁ ମୃୁତ୍ୟୁ ଘଟିଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ହିନ୍ଦୋଳ ବନାଞ୍ଚଳ ପଶୁ ଶିକାରୀଙ୍କ ପେଣ୍ଠ ସ୍ଥଳ ପାଲଟିଥିବାର ଜଣାପଡିଛି ।ହାତୀ,ବାରହା ଏବଂ ହରିଣ ସହିତ ବିଭିନ୍ନ ଜନ୍ତୁ ଶିକାରକରି ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ବୁଧବାର ଏକ କଲରାପତରିଆ ବାଘର ମୃତ୍ୟୁକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଦୁଦୁରକୋଟ ନିକଟସ୍ଥ ବାରିହାରଗଡି ଗ୍ରାମ ନିକଟରେ ଏହି
ବାଘର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା ।

ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ବାଘର ଶବକୁ ଜଗି ରହିବା ସହିତ ବନଖଣ୍ଡ ଅଧିକାରୀଙ୍କୁୂ ସୂଚନା ଦେଇଥିଲେ । ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗୀନେନୀଙ୍କ ସୂଚନା ଅନୁସାରେ ବାଘର ମୃତ୍ୟୁ କିପରି ହୋଇଛି ତାର କୌଣସି ତଥ୍ୟ ମିଳିନାହିଁ । ଯେହେତୁ ବାଘଟି ଏକ ବୁଦା ନିକଟରେ ପଡିଛି ତାହା କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିଛି ।ଗ୍ରାମ ନିକଟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ବାଘ ସେଠାକୁ କିପରି ଆସିଲା ତାହା ସନ୍ଦେହ ସୃଷ୍ଟି ହୋଇଛି । କିଛି ବ୍ୟକ୍ତିଙ୍କ ସୂଚନା ଅନୁସାରେ ବାଘଟି ଅନ୍ୟସ୍ଥାନରେ ମରିଥିବା ବେଳେ ଶିକାରୀମାନେ ତାକୁ ଏଠାରେ ଫିଙ୍ଗି ଦେଇ ଚାଲିଯାଇଥିବାର ଅନୁମାନ କରାଯାଉଛି ।

ବାରାହା ଶିକାର ପାଇଁ ଶିକାରୀମାନେ ପଚା ମାଂସରେ ବିଷ ଦେଇ ଶିକାର କରୁଥିବା ବେଳେ ବାଘଟି ଏହି ପଚା ମାଂସ ଖାଇ ମୃତ୍ୟୁ ବରଣ କରିଥିବାର ସନ୍ଦେହ କରାଯାଇଛି । ଶବର ବ୍ୟବଛେଦ ପରେ ଏହାର ପ୍ରକୃତ ରହସ୍ୟ ଜଣାପଡିଛି । ହିନ୍ଦୋଳ କନ୍ଧରା ,କୋଇ, ନନ୍ଦିନିଆ ଅଞ୍ଚଳରେ ଶିକାରୀ ମାନେ ବର୍ଷ ତମାମ ଶିକାର କରୁଥିବା ବେଳେ ଶିକାରୀ ମାନଙ୍କୁ ସାବାଡ କରିବାରେ ବନବିଭାଗ ବିଫଳ ହୋଇଥିବାରୁ ବନ୍ୟ ପ୍ରାଣୀଙ୍କ ଜୀବନ ବିପଦରେ ରହିଥିବାର ଆଲୋଚନା ହେଉଛି ।

ଅନ୍ୟପଟେ ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମହୁଲପଡା ଗ୍ରାମ ନିକଟସ୍ଥ ପାଟପୁରୀ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଛୁଆର ଗଳିତ ଶବକୁ ଉଦ୍ଧାର କରାଯାଇଛି । ହାତୀ ଛୁଆର ଆନୁମାନିକ ବୟସ ୫ରୁ୬ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀଟିର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଟ ହୋଇନାହିଁ । ହାତୀ ଶବ ନିକଟରେ ହାତୀ ପଲ ଜଗି ରହିଥିବାରୁ ମୃତ ହାତୀ ଛୁଆ ନିକଟକୁ ବନବିଭାଗ କର୍ମଚାରୀ ମାନେ ଯାଇପାରି ନଥିବାର ଜଣାପଡିଛି । ହାତୀ ମୃତ୍ୟୁ ପରେ ଡିଏଫଓ ପ୍ରକାଶଚାନ୍ଦ ଗୋଗିନେନୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଆସିଛନ୍ତି । ହାତୀ ଶବ ବ୍ୟବଛେଦ ପରେ ମୃ୍‌ୁତ୍ୟୁ ର କାରଣ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!