News
WhatsApp Image 2023-10-04 at 17.25.00
samparksetu

ରଖିବା ତ୍ରିରଙ୍ଗା ଟେକ

ଭାରତ ମାତାର ଜୟଗାନ କରି
     ରଖିବା “ତ୍ରିରଙ୍ଗା “ଟେକ
   ଗଣତନ୍ତ୍ର ଦିନ ପାଳିବାରେ ଆଜି             
         ଶୁଣି ମାଆ ମାଟି ଡାକ।
କେତେ ଯେ ସହିଦ୍ ହୋଇଛନ୍ତି ବୀର
          ଦେଶ ସ୍ଵାଧୀନତା ପାଇଁ
ତାଙ୍କରି ନାମକୁ ସ୍ମରଣ କରିବା
       ଜାତିର ଜନକ ଥାଇ।

ଅତୀତର କଥା ହୁଏ ମନେ ବ୍ୟଥା
       ଶକ୍ତିର ସଂଚାର ହୁଏ
ମାତୃଭୂମିର ସ୍ବାଧୀନତା କଥା
     ଇତିହାସ ଆମ କହେ।
   ଭାରତର ପ୍ରଜ୍ଞା ମହାତ୍ମା ଗାନ୍ଧୀ ଯେ
        ମହାନ୍ ପୁରୁଷ ହୋଇ
ସାହସ ପ୍ରତୀକ ନେତାଜୀ ଆମର
        ସୁବାସ ବୋଷଙ୍କ ପାଇଁ।

ଦେଶ କରିଛନ୍ତି ପୂର୍ଣ୍ଣ ସ୍ଵାଧୀନତା
      ଦେଇ ନିଜେ  ଆତ୍ମବଳୀ
ଦେଶରେ ଉଡୁଛି ତ୍ରିରଙ୍ଗାର ବାନା
          ମୁକ୍ତି ଆକାଶରେ ଖେଳି।
ଖୋଲା ଆକାଶରେ ଉଡୁଛି ତ୍ରିରଙ୍ଗା
        ଚକ୍ର ଚିହ୍ନିତ ନାମେ
ଚକ ଘୁରୁଅଛି ଭାରତ ମାତାର
      ପ୍ରଗତି ର ଶୁଭ ଦିନେ।

ଦେଶର ସୁରକ୍ଷା ମାତୃକାର ରକ୍ଷା
       ବୀର ଯବାନଙ୍କ ବଳେ
ସହିଦ୍ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଆମେ
       ଦେଉଛୁ ତ୍ରିରଙ୍ଗା ତଳେ।
ଏତିକି ପ୍ରାର୍ଥନା ଛାମୁରେ କରୁଛି
       ଦେଶ ମାତୃକାର କୋଳେ
ଆଶିଷ ଦିଅନ୍ତୁ ସୁସ୍ଥରେ ବଂଚିବା
     ସତ୍ୟ ନିଷ୍ଠା ସେବା ବଳେ।
  

✍️ଛବି ରାମ ସେଠୀ

new life
You might also like
error: Content is protected !!