News
WhatsApp Image 2023-10-04 at 17.25.00
samparksetu

୧୦ଟଙ୍କାକୁ ନେଇ ଛୁରା ମାଡ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଚନ୍ଦନ ବଜାରରେ ୧୦ଟଙ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଜଣାପଡିଛି ।ଚନ୍ଦନ ବଜାରର ଅଜୁ ବେହେରା କୌଣସି କାର୍ଯ୍ୟରେ ନିକଟସ୍ଥ ଚମାର ସାହିକୁ ଯାଇ ଫେରୁଥିଲେ ।

ଫେରୁଥିବା ସମୟରେ ବିଦ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଦଶ ଟଙ୍କା ମାଗିଥିଲା । କିନ୍ତୁ ସେ ଟଙ୍କା ନଦେବାରୁ ଯୁବକ ଜଣକ ତାଙ୍କୁ ଛୁରାମାଡ କରି ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଳା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକମାନେ ଅଜୁଙ୍କ ସାଇକେଲ ହ୍ୟାଣ୍ଡେଲ ପିଠିରେ ପଶିଯାଇଥିବାର ଅଭିଯୋଗ କରିଛନ୍ତି । ଘଟଣାର ସତ୍ୟ କି ମିଥ୍ୟା ତାହା ତଦନ୍ତ ପରେ ଜଣାପଡିବ ।

new life
You might also like
error: Content is protected !!