News
WhatsApp Image 2023-10-04 at 17.25.00
samparksetu

ଜଳିଗଲା ୧୦ ବଖରା ଘର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମରେ ଆଜି ଭୋର ସମୟରେ ୧୦ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ଗ୍ରାମର ପବିତ୍ର ପ୍ରଧାନ , ପାଳୁଣୀ ପଧାନ ଓ ସୁମନ ପଧାନ ଙ୍କ ଘର ପଡି ଯାଇଥିବାର ଜଣାପଡିଛି ।

ନିଆଁ ଲାଗିବା ଦେଖି ଗ୍ରାମ ଲୋକ ଅଗ୍ନିଶମ ବାହିନୀ କୁ ଫୋନ କରିଥିଲେ । ଗଁଦିଆ ଅଗ୍ନିଶମ ବାହିନୀ ଖବର ପାଇ ନିଆଁ କୁ ଆୟତ କରିଥିଲେ। ହେଲେ ସେତେବେଳେ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇସାରିଥିଲା । ନିଆଁ ଇଲେକ୍ଟ୍ରି ସଟ ସର୍କିଟ ରୁ ହୋଇଥିବାର ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରକାଶ।

ଏହି ଘର ପୋଡ଼ିରେ ସମ୍ପୂର୍ଣ୍ଣ ଧନ ସମ୍ପତ୍ତି ନଷ୍ଟ ହୋଇଯିବାରୁ ୩ଟି ପରିବାର ଭାଙ୍ଗି ପଡିଛନ୍ତି । ଦେଓଗାଁ ଗ୍ରାମପଞ୍ଚାୟତ ର ସରପଞ୍ଚ ସେଠାରେ ପହଂଚି ସେମାନଙ୍କୁ ସହିତ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ ।

new life
You might also like
error: Content is protected !!