News
WhatsApp Image 2023-10-04 at 17.25.00
samparksetu

ଜନନୀ ଯନ୍ତ୍ରଣାର ଅନ୍ତ କେବେ ? ହୁଇଲ ଚେୟାରରେ ସନ୍ତାନ ଜନ୍ମ କଲେ ମହିଳା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଜନନୀ ଯନ୍ତ୍ରଣାର ଅନ୍ତ ହେବାର ନାହିଁ । ପୁଣି ଜଣେ ମହିଳା ଏକ ହୁଇଲ ଚେୟାରେ ସନ୍ତାନ ଜନ୍ମଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ରାତିରେ କଙ୍କଡାହାଡ ଥାନା କୁସୁମୁଣ୍ଡିଆ ଗ୍ରାମ ନଟାରିପଶି ସାହିର ଅନାମ ମୁଣ୍ଡାଙ୍କ ପତ୍ନୀଙ୍କର ସନ୍ତାନ ଜନ୍ମ ପାଇଁ ରାତି ଦଶଟା ସମୟରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ପ୍ରବଳ ରକ୍ତସ୍ରାବ ଯୋଗୁ ସେ ଚାଲିବା ସମ୍ଭବ ହୋଇନଥିବା ବେଳେ ସେ ଡାକ୍ତରଖାନା ବାହାରେ ପଡିରହିଥିଲେ ।

ମହିଳାଙ୍କୁ ଡାକ୍ତରଖାନା ଭିତରକୁ ନେବା ପାଇଁ ହ୍ୱିଲଚେୟାର ଟିଏବି ନଥିଲା । ସେଠାର ଉପସ୍ଥିତ ଗଣମାଧ୍ୟମର ପ୍ରତନିଧି ମାନେ ଜଣାଇବାରୁ ସରୁକ୍ଷା କର୍ମୀ ଚିକିତ୍ସାଳଳୟର ଉପର ମହଲାରୁ ଏକ ହ୍ୱିଇଲ ଚେୟାର ଆଣିବା ପରେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି କକ୍ଷ ପର୍ଯ୍ୟନ୍ତ ନିଆଯାଇଥିଲା ।

ସେଠାର କବାଟ ବନ୍ଦ ଥିବା ବେଳେ କବାଟକୁ ଯେତେ ବାଡେଇଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଫଳରେ ମହିଳା ଜଣକ ସେହି ବାରଣ୍ଡାରେ ହ୍ୱିଲଚେୟାର ଉପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଜଣେ ନର୍ସ ଆସି ଶିଶୁଟିକୁ ଚିକିତ୍ସାକରିବା ସହିତ ନାଭି କାଟି ମହିଳା ଏବଂ ଶିଶୁକୁ ପ୍ରସୂତୀ କକ୍ଷକୁ ନେଇଥିଲେ ।

ଚିକିତ୍ସାଳୟ ପରିସରରେ ସରକାରଙ୍କ ତରଫରୁ ହେଲ୍ପ ଡେକ୍ସ କରାଯାଇଥିବା ବେଳେ ପ୍ରସୂତୀ କକ୍ଷରେ ଜଣେ ନର୍ସ,ଆଶାକର୍ମୀ ରହିବା କଥା । କିନ୍ତୁ କୌଣସି କର୍ମଚାରୀ,ନର୍ସକିମ୍ବା ଡାକ୍ତର ସେଠାରେ ଉପସ୍ଥିତ ନଥିଲେ ।ଏଭଳି ଅବ୍ୟବସ୍ଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀ ଛୁଟିରେ ରହିଥିବା ଯୋଗୁ ତାଙ୍କର ପ୍ରତିକ୍ରୀୟା ମିଳି ପାରିନଥିଲା । କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ କଙ୍କଡାହାଡ ,ପରଜଙ୍ଗ ଭଳି ଆଦିବାସୀବହୁଳ ଲୋକ ନିର୍ଭର କରୁଥିବା ବେଳେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ରକୁ ନେଇ ବେଶ ସମାଲୋଚନା ହୋଇଛି ।

new life
You might also like
error: Content is protected !!