News
WhatsApp Image 2023-10-04 at 17.25.00
samparksetu

ଏଟିଏମ ଲୁଟ ଘଟଣାରେ ୨ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ ସଦର ଥାନା ବାରଦା ଠାରେ ଥିବା କାନାରା ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଏହି ଘଟଣାରେ ଅନ୍ୟ ୫ଜଣ ଏବେବି ଫେରାର ହୋଇଯାଇଛନ୍ତି । ସଦର ବ୍ଲକ ବାରଦା ସ୍ଥିତ କାନାରା ବ୍ୟାଙ୍କ ଏଟିଏମକୁ ଗତ ୨୫ ତାରିଖ ରାତି ପ୍ରାୟ ଗୋଟାଏରୁ ସାଢେ ଗୋଟାଏ ସମୟରେ ୭ ଜଣ ଦୁର୍ବୃତ୍ତ ବିଭିନ୍ନ ସରଞ୍ଜାମ ସହିତ ଚୋରି ଉଦ୍ୟମ କରିଥିଲେ ।

ଏହି ଘଟଣାକୁ ନେଇ ବ୍ୟାଙ୍କର ଶାଖା ପରିଚାଳକ ରୋଶନଲାଲ ବେହେରା ସଦର ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକୁ ଭିତ୍ତି କରି ପୋଲିସ ୫୭/୨୨ ଦଫା ୪୫୭/୩୮୦/ ୫୧୧ ଆଇପିସିରେ ଏକ ମାମଲା ରୁ୍‌ଜୁ କରି ତଦନ୍ତ ଚଳାଇଥିଲା । ଏହି ଘଟଣାରେ ସଦର ଥାନା ଏସଆଇ ଏସକେ ସେଠୀ ତଦନ୍ତ କରୁଥିବା ବେଳେ ବିଭିନ୍ନ ସୂତ୍ରକୁ ନେଇ ସଦାଶିବପୁର ଗ୍ରାମର ଶ୍ରୀଧର ସେଠୀଙ୍କ ପୁଅ ହାଡିବନ୍ଧୁ ସେଠୀ ଓରଫ ହାଡିଆ(୨୮) ଏବଂ ଶିବ ନାଏକଙ୍କ ପୁଅ ସର୍ବେଶ୍ୱର ନାଏକ ଓରଫ ମୁକୁ କୁ ଗିରଫ କରିଥିବାର ଜଣାପଡିଛି ।

ସେମାନଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଥିବା ବେଳେ ପୋଲିସ ଦୁଇଟି ଅରିପାତ,ଦୁଇଟି ଛୁରୀ,ଗୋଟିଏ ଭଙ୍ଗା ଏଟିଏମ ମନିଟର,ଓଡି୦୬ଜି୮୪୬୫ ହିରୋ ଗ୍ଲାମର ମୋଟର ସାଇକେଲ କୁ ଜବତ କରିଥିବାର ଜଣାପଡିଛି । ଅଭିଯୁକ୍ତ ମାନଙ୍କ ସହିତ ଚୋରୀର ସବିଶେଷ ବିବରଣୀ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରକାଶ କରିଥିବାର ଜଣାପଡିଛି । ଏହି ଘଟଣାରେ ସାମିଲ ଥିବା ଅନ୍ୟ ୫ଜଣଙ୍କୁ ଖୁବ ଶିଘ୍ର ଧରାଯିବାର ଚେଷ୍ଟା ଚାଲିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!