News
WhatsApp Image 2023-10-04 at 17.25.00
samparksetu

ଶରଣରେ ପ୍ରଭୁ ପଞ୍ଚଲିଙ୍ଗେଶ୍ଵର

ଚାଲି ଚାଲି ପ୍ରଭୁ ପର୍ବତକୁ ଚାହିଁ
            ଶୁଭ ସକାଳର ବେଳେ
ପହିଲି ବର୍ଷରେ ନବ ଚେତନାରେ
             ଭକ୍ତ ଗହଳିର ମେଳେ ।  (୧)

ପରମ ଠାକୁର ପଞ୍ଚଲିଙ୍ଗେଶ୍ଵର
             ପାହାଡ଼ି ଗୁମ୍ଫାରେ ବସି
ଦର୍ଶନ ଦେଉଛ ଭକତ ହୃଦୟେ
            ଆନନ୍ଦରେ ହସି ହସି ।(୨)

  ପ୍ରଭୁ ମହେଶ୍ୱର ହେ ଭୋଳା ଶଙ୍କର
            ତୁମ୍ଭେ ତ  ସୃଷ୍ଟି ର ଧାରା
ତୁମରି ଧ୍ୟାନକୁ ଜଗି ରହିଛନ୍ତି
             ଦ୍ଵାରପାଳ ରକ୍ଷୀ ଭରା।(୩)

ନଡ଼ିଆର ରସ କ୍ଷୀର ସାଗରରେ
              ଝରଇ ଅମୃତ ମହୁ
ଚମ୍ପାଫୁଲ ହାର ଗଳାରେ ଶୋଭିତ
               ଆହା କି ଅପୂର୍ବ ବାହୁ।(୪)

ତୁମରି ରୂପକୁ ଦେଖିବା ପାଇଁକି
          ଆସନ୍ତି ଭକତ ଧାଇଁ
କରୁଣାରେ ତୁମ୍ଭ ଆଶିଷ ପାଆନ୍ତି
            ଦର୍ଶନ କରନ୍ତି ରହି।(୫)

ଆହେ ମହେଶ୍ୱର ପ୍ରଭୁ ସର୍ପେଶ୍ଵର 
          ତୁମ୍ଭେ ତ ଧବଳେଶ୍ୱର
   ସୂୟ°ଲୋକନାଥ ପ୍ରଭୁଭୋଳାନାଥ
       ଧ୍ୟାନ ମଗ୍ନ ଗୁପ୍ତେଶ୍ୱର ।(୬)

   ତୁମରୂପ ଦେଖି ମନଗଲା ଲାଖି
            ଆହେ ପ୍ରଭୁ ଲକ୍ଷେଶୂର
      ଆସିଥିଲି ଧାଇଁ ତୁମରି କୃପାରୁ
             ସୁଦୟା ଟିକିଏ କର।(୭)

ତୁମ୍ଭେ ସୃଷ୍ଟି କର୍ତ୍ତା ମହାକୋପି ପ୍ରଭୁ
           ତୁମ୍ଭେ ତ ମଂଗଳ କାରି
ହାତରେ ତୁମର ଡମ୍ବରୁ ବାଜିଲେ
          ମେଦିନୀ ଉଠଇ ଥରି। (୮)

   ଆହେ ତ୍ରିଲୋଚନ ଗିରିଜା ନନ୍ଦନ
           ପୃଥିବୀ ଡମ୍ବରୁ ଧାରୀ
     କଳିଯୁଗେ ପ୍ରଭୁ ତୁମେ ହିଁ ଭରଷା
           ମାନବଙ୍କୁ କର ପାରି।(୯)

  ସାରା ଦୁନିଆରେ ତାଣ୍ଡବ ଲୀଳାରେ
           ଦେଶେ ଦେଶେ ଛାରଖାର
  ତୁମ୍ଭେ ସୃଷ୍ଟି କର୍ତ୍ତା କର ବିଶ୍ବରକ୍ଷା
           ପ୍ରଭୁ ପଞ୍ଚଲିଙ୍ଗେଶ୍ଵର।(୧୦)
    
ଏତିକି ଗୁହାରି ପ୍ରଭୁ ଉମାପତି
        ଦିଅନ୍ତୁ ଆଶିଷ ଢାଳି
ତୁମରି ନାମକୁ ଜପ କରୁଥିବି
        ଉଜାଗରେ ଦୀପ ଜାଳି।(୧୧)

✍️ଛବିରାମ ସେଠୀ

new life
You might also like
error: Content is protected !!