News
WhatsApp Image 2023-10-04 at 17.25.00
samparksetu

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ରତନପୁର ପଞ୍ଚାୟତର ଏରପଦା ଅଂଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟକ ନିରିହ ଆଦିବାସୀ ମାନଙ୍କୁ ଦୀର୍ଘଦିନ ଧରି ଠକି ତଥା ବିଭିନ୍ନ ଆଳ ଦେଖାଇ କେନ୍ଦ୍ରକୁ ଆସୁନାହାଁନ୍ତି।

ଏହି କେନ୍ଦ୍ରର କର୍ମୀ ୩/୪ ମାସ ହେଲାଣି ଆଦୌ ନ ଆସି ହେଲେ ପର ମଝିରେ ମଝିରେ ଆସି ମନଇଛା ଯାଆନ୍ତି ତାଙ୍କୁ ଲୋକମାନେ ପଚାରିଲେ ସେ କୁହନ୍ତି ଆମର ଷ୍ଟ୍ରାଇକ ଚାଲିଛି, ଆଜି ମିଟିଂ ଅଛି ଇତ୍ୟାଦି ଇତ୍ୟାଦି ।

ଏଠାରେ ସୂଚନା ଯୋଗ୍ୟଯେ, ଏହି ଏରପଦା-ଖ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ଆଜିପର୍ଯ୍ୟନ୍ତ ନିର୍ମାଣ ନ ହୋଇଥିବା ହେତୁ ଏହା କୋଠଘରେ ଚାଲୁଅଛି କିନ୍ତୁ ଗରିବ ଆଦିବାସୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଏମାନେ ହଡପ କରି ଦୀର୍ଘଦିନ ଧରି ଚଲାଇଛନ୍ତି ଏଭଳି କାର୍ଯ୍ୟ। ଏ ବାବଦରେ ଗ୍ରାମର ରଂଜନ ସାମଲ, ନିରଞ୍ଜନ ସାମଲ, ରବିନ୍ଦ୍ର ପ୍ରଧାନ, ଉଚ୍ଚବ ଦେହୁରୀ, କାଶିନାଥ ଦେହୁରୀ, କୋଳି ସାମଲ ଇତାଦି ନିରୀହ ଜନସାଧାରଣ ସ୍ଥାନୀୟ ସରପଞ୍ଚ ରତନପୁର, ସିଡିପିଓ ଗଁଦିଆ , ଉପଜିଲ୍ଲାପାଳ ଢେଙ୍କାନାଳ ଓ ବିଧାୟକ ଢେଙ୍କାନାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହି କେନ୍ଦ୍ରର ସୁରକ୍ଷା ଓ ପ୍ରକୃତ ତଦନ୍ତ କରିବାକୁ ବିନମ୍ର ନିବେଦନ କରି ଅଛନ୍ତି।

new life
You might also like
error: Content is protected !!