News
WhatsApp Image 2023-10-04 at 17.25.00
samparksetu

କପିଳାସ ଜାଗର ଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରାପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିବାରୁ ଯଥା ଶିଘ୍ର ମରାମତି କରିବ। ପାଇଁ ବିଧାୟକ ଗୁରୁତ୍ୱ ଆରୋପ କରିଥିଲେ ।

ସମସ୍ତ ସେବାୟତ,ବିଭାଗୀୟ ଅଧିକାରୀ ଓ ସଂପୃକ୍ତ କର୍ମକର୍ତ୍ତାମାନେ ଶାନ୍ତି ଶୃଙ୍ଖଳାର ସହିତ ଭକ୍ତି ଭାବରେ ଜାଗର ଯାତ୍ରା ସମାପନ କରି ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କର ମହିମା ବୃଦ୍ଧି କରିବାକୁ ଆଶା କରିଥିଲେ । ମନ୍ଦିର ବେଢା ମଧ୍ୟରେ ଖରା ବର୍ଷାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ଲାଷ୍ଟିକ ଚଦରର ଛାତ ନିର୍ମାଣ କରିବାକୁ ନିଷ୍ପତ୍ତି କରାଯାଇଥିଲା । ପୀଠର ବଡ ଦାଣ୍ଡକୁ ପ୍ରଶସ୍ତ କରାଯିବା ସହିତ ପ୍ରଭୁଙ୍କ ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ବ୍ୟବସ୍ଥା କରାଯିବ ।

ଜାଗର ଯାତ୍ରାର ସୁପରିଚାଳନା ପାଇଁ ପାନୀୟ ଜଳ ଯୋଗାଣ,ଭ୍ରାମ୍ୟମାଣ ଶୌଚାଳୟ,ପୀଠୀ ପରିଷ୍କାର ପରିଛନ୍ନତା,ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା,ଯାନବାହନ ନିୟନ୍ତ୍ରଣ,ପାର୍କିଙ୍ଗ ବ୍ୟବସ୍ଥା,ସ୍ଥାନୀୟ ଅଞ୍ଚଳର ସ୍ୱେଛାସେବୀ ଯୁବକ ମୁତୟନ, ଆଶୁଚିକିତ୍ସା,ଅଗ୍ନିନିର୍ବାପକ ବ୍ୟବସ୍ଥା,ଆମ୍ବୁଲାନ୍ସ ମୁତୟନ,ପୀଠକୁ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପରିବହନ ବ୍ୟବସ୍ଥା,ପାହାଚ ଏବଂ ବାରବାଙ୍କ ରାସ୍ତାରେ ବିଶ୍ରାମ ନିମନ୍ତେ ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତି କରାଯାଇଥିଲା ।

ଏହି ବୈଠକରେ ବିଧାୟକ ସୁଧୀର କୁମାର ସାମଲଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଜିଲ୍ଲାପାଳ ସରୋଜ କୁମାର ସେଠୀ,ଏସପି ଜ୍ଞାନ ରଞ୍ଜନ ମହାପାତ୍ର,ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳପ୍ରମୁଖ ସେବାୟତ ପଞ୍ଚାନନ ମହାପାତ୍ର,ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ,ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ,ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ,ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!