News
WhatsApp Image 2023-10-04 at 17.25.00
samparksetu

୪୦ବର୍ଷ ଧରି ଶେଷ ହେଉନାହିଁ ରେଙ୍ଗାଳୀ କେନାଲ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲାରେ ଜଳସେଚନ ଯୋଜନାରେ ଚାଷୀମାନଙ୍କୁ ପାଣିଯୋଗାଇବା ପାଇଁ ୧୯୮୧ ମସିହାରେ ଦକ୍ଷିଣ ରେଙ୍ଗାଳୀ କେନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ଦିର୍ଘ ୪୦ବର୍ଷ ବିତି ଯାଇଥିଲେ ମଧ୍ୟ ଖରିଫ ଓ ରବି ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଜଳଯୋଗାଣ ହୋଇପାରିଲା ନାହିଁ । ବରଂଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ବୃଦ୍ଧି ପାଇଥିବାର ଜଣାପଡିଛି ।

ଢେଙ୍କାନାଳ ଜିଲ୍ଳା ମରୁଡି ପ୍ରବଣ ଜିଲ୍ଳା ଭାବରେ ପରିଚିତ ଥିବା ବେଳେ ଜଳସେଚନର ଅଭାବ ଯୋଗୁ ଚାଷୀ ମାନେ ରବି ଏବଂ ଖରିଫ ଫସଲରେ ବ୍ୟାପକ କ୍ଷତି ସହୁଛନ୍ତି । ଜିଲ୍ଲାରେ ମୋଟ ୧ଲକ୍ଷ ୮୩ ହଜାର ୮୪୧ହେକ୍ଟର ଚାଷ ଜମି ରହିଥିବା ବେଳେ ସେଥି ମଧ୍ୟରୁ ୯୫ ହଜାର ୩୭୯ହେକ୍ଟର ଧାନ ଚାଷ,୮୮ ହଜାର ୪୬୭ ହେକ୍ଟର ଜମିରେ ଅଣଧାନ ଚାଷ କରାଯାଏ ।

ଖରିଫ ୠତୁରେ ୭୨ ହଜାର୩୭୯ ହେକ୍ଟର ଓ ରବି ଋତୁରେ ୨୪ ହଜାର ୨୯୮ହେକ୍ଟର ଜମିରେ ବିଭିନ୍ନ ଫସଲ ହୋଇଥାଏ । ମରୁଡିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ୧୯୭୮ମସିହାରେ ରେଙ୍ଗାଳୀ ନଦୀବନ୍ଧ ନର୍ମାଣ କାର୍ଯ୍ୟ କରଥିଲେ ।କେନ୍ଦ୍ର ସରକାରଙ୍କ ଜଳସେଚନ ବିଭାଗ ଅନୁମୋଦନ ପରେ ପ୍ରାୟ ୬୯.୬୪କୋଟିଟଙ୍କା ପ୍ରାଥମିକ ବ୍ୟୟଅଟକଳ କରାଯାଇଥିଲା । ୧୯୮୫ ମସିହାରେ ଜଳସେଚନ ପାଇଁ ରେଙ୍ଗାଳୀ ଜଳସେଚନ ଯୋଜନାରେ ମୁଖ୍ୟ ନଦୀ ବନ୍ଧଠାରୁ ୩୫ କିମି ନିମ୍ନରେ ଥିବା ସମଲ ଗ୍ରାମ ନିକଟରେ ସମଲ ବ୍ୟାରେଜ ନିର୍ମାଣ କରାଯାଇଥିଲା ।

ଏହି ବ୍ୟାରେଜରୁ ଦକ୍ଷିଣ ଏବଂ ବାମ କେନାଲ ବାହାରିଛି । ଢେଙ୍କାନାଳ ଜିଲ୍ଳାରେ ୩୩ ହଜାର ୧୧୫ ହେକ୍ଟର ଜମିକୁ ଜଳସେଚନ କରାଯିବାର ଲକ୍ଷ ରହିଥିବା ବେଳେ ୪୦ବର୍ଷ ଧରି କାର୍ଯ୍ୟ ଚାଲିଛି । ଜାପାନ ସରକାରଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଟକଳର ମୂଲ୍ୟ ବୃଦ୍ଧି ପଇବାରେ ଲାଗିଛି । ୧୯୮୧ ମସିହାରେ ପ୍ରୋଜେକ୍ଟର ମୁଲ୍ୟ ୬୯କୋଟି ୬୪ଲକ୍ଷ ରହିଥିବା ବେଳେ ୧୯୯୭ରେ
୭୩୮ କୋଟି ୨୭ ଲକ୍ଷକୁ ବୃଦ୍ଧି ପାଇଥିଲା। କ୍ରମାଗତ ଭାବରେ ବୃଦ୍ଧିପାଇବା ଯୋଗୁ ୨୦୦୬ ମସିହାରେ ୧୨୯୦କୋଟି ୯୩ଲକ୍ଷ ଏବଂ ୨୦୧୩ରେ ୧୯୬୨କୋଟି ୩୩ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମୁଖ୍ୟ ବନ୍ଧ ଠାରୁ ଓଡାପଡା ବ୍ଲକ ଗୁଣ୍ଡିଚାପଡା ପର୍ଯ୍ୟନ୍ତ ଜଳଯୋଗାଣ ହେଉଥିବା ବେଳେ ଗଁଦିଆ ଡିଷ୍ଟିବୁଟାରୀରେ କେବଳ ଖରିଫ ଋତୁରେ ବର୍ଷା ସମୟରେ ନାମକୁ ମାତ୍ର ଜଳଯୋଗାଣ ହେଉଛି ।ଚଳିତ ବର୍ଷ ପ୍ରଥମ ଥର ପାର୍ବତୀଗିରି ମେଗା ଉଠା ଜଳଯୋଗାଣ ଯୋଜନାରେ ନାମକୁ ମାତ୍ର ପାଣି ଯୋଗାଣ ହୋଇଛି । ଜମି ଅଧିଗ୍ରହଣ,ଜଙ୍ଗଲ ବିଭାଗର ଅନୁମୋଦନ ମିଳିବାରେ ବହୁ ବିଳମ୍ବ ହେବାରୁ ଅନେକ ସମୟରେ କାର୍ଯ୍ୟ ଅଟକି ରହିଥିଲା ।

ଏହି କେନାଲ ଦ୍ୱାରା ଅନୁଗୁଳ,କଟକ,ଯାଜପୁର ଜିଲ୍ଲାରେ ୨୧୦୭ହେକ୍ଟର ଜମିରେ ଜଳସେଚନ କରାଯିବାର ଲକ୍ଷ୍ୟ ରହିଛି । ରେଙ୍ଗାଳୀ କେନାଲର କାର୍ଯ୍ୟ ଦୀର୍ଘ ୪୦ବର୍ଷ ଧରି ଚାଲିଥିଲେ ମଧ୍ୟ ଜଳସେଚନ କରିବାରେ ସଫଳ ହୋଇନହିଁ ।ବର୍ତ୍ତମାନ କେନାଲ କାର୍ଯ୍ୟ ସଦରବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ନିକଟରେ କାର୍ଯ୍ୟ ଚାଲୁରହିଛି । ପ୍ରାୟ କାର୍ଯ୍ୟ ବାକିରହିଥିବାର ଜଣାପଡିଛି । ମଧୁସାହୁ ପାଟଣା ଠାରୁ କେନାଲ ଦୁଇ ଭାଗ ହୋଇ ଗୋଟିଏ ଶାଖା ଦର୍ପଣୀ କେନାଲ ଏବଂ ଅନ୍ୟ ଶାଖାଟି ନରସିଂହପୁର ଅଞ୍ଚଳକୁ ଯାଇଛି ।ନରସିଂହପୁରକୁ ମୋଟ ୩୫ .୪୦ କିଲୋମିଟର ମଧ୍ୟରୁ ୨୪.୬୦କମି କାର୍ଯ୍ୟ ଶେଷହୋଇଛି ।ଦର୍ପଣୀକେନାଲ ଶାଖାର ୩୦କିମି କାର୍ଯ୍ୟ ଶେଷ ହୋଇଛି ।

ଆସନ୍ତା ୨୦୨୪ ସୁଦ୍ଧା ଚାଷୀମାନଙ୍କ ଜଳଯୋଗାଣ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଚାଲିଥିବା ବେଳେ କପିଳାସ ଅଭୟାରଣ୍ୟ ଘୋଡା ବାଲୁଅ ସଂରକ୍ଷିତ ଜଙ୍ଗଲ,ଗ୍ରାମ୍ୟ ଜଙ୍ଗଲ,ରେଳ ବିଭାଗର ଅନୁମତି,ହାତୀ ଅଣ୍ଡରପାସ କାର୍ଯ୍ୟକୁ ନେଇ ସମସ୍ୟା ସୃଷ୍ଟି ହୋଇଛି ।କାର୍ଯ୍ୟ ଯେତିକି ବିଳମ୍ବ ହେଉଛି ଖର୍ଚ୍ଚ ଅଟକଳ ସେତିକି ବୃଦ୍ଧି ପାଇବାରେ ଲାଗିଛି ।୨୦୨୧ ମସିହା ସୁଦ୍ଧା ଖର୍ଚ୍ଚ ଅଟକଳ ୪ହଜାର ୮୨୪କୋଟିକୁ ବୃଦ୍ଧି ପାଇଥିବା ବେଳେ ୨୭ଶହ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ବୋଲି ଜଣାପଡିଛି । ଖରିଫ ଋତୁରେ ଜଳଯୋଗାଣର ଯେତିକି ଆବଶ୍ୟକତା ରହିଛି ସେହିପରି ରବିଋତୁରେ ମଧ୍ୟ ଜଳସେଚନର ଅଧିକ ଆବଶ୍ୟକତା ରହିଛି । ରବି ଋତୁରେ ବର୍ଷାର ପରିମାଣ ଆଦୌ ନଥିବାରୁ ଜଳସେଚନ ମାଧ୍ୟମ ଚାଷୀ ମାନଙ୍କର ଏକମାତ୍ର ଭରସା ବୋଲି ଜଣାପଡିଛି ।

new life
You might also like
error: Content is protected !!