News
WhatsApp Image 2023-10-04 at 17.25.00
samparksetu

ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ଆଳତୁମା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । କାମାକ୍ଷାନଗର ବିଧାନସଭା କ୍ଷେତ୍ର ର ବିଧାୟକ ତଥା ଓଡ଼ିଶା ସରକାରଙ୍କର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମୁମାର ମଲ୍ଲିକ ଉଦଘାଟକ ରୂପେ ଉପସ୍ଥିତ ରହି ଉତ୍ସବ କୁ ଉଦଘାଟନ କରିଥିଲେ ।

ମୁଖ୍ୟ ଅତିଥି ଭାବରେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ତଥା କାମାକ୍ଷାନଗର ଏନ ଏ ସି ର ନଗରପାଳ ଧର୍ମାନନ୍ଦ ପରିଡା ଯୋଗ ଦେଇ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ,ଉକ୍ତ ବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ , ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବଟକୃଷ୍ଣ ଦାସ ଉପସ୍ଥିତ ରହି ଅଭିଭାବକ , ଗୁରୁ ଓ ଛାତ୍ର ଛାତ୍ରୀ ମିଳିତ ପ୍ରୟାସ ରେ ଛାତ୍ରଛାତ୍ରୀ ମାନଙ୍କ ର ଲକ୍ଷ୍ୟ ଓ ଉଦେଶ୍ୟ ପୂରଣ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାଵଳବେ ଗ୍ରାମ ସଭାର ସଭାପତି ବ୍ରହ୍ମାନନ୍ଦ ମହାନ୍ତି , ଏ ବି ଓ କୃଷ୍ଣଚନ୍ଦ୍ର ଭୋଇ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡା , ଅବସରପ୍ରାପ୍ତ ପ୍ରଧାନଶିକ୍ଷିତ୍ରୀ ସଂଯୁକା ରାଣୀ ନାୟକ , ପୂର୍ବତନ ଶିକ୍ଷକ ମାଧବାନନ୍ଦ ମହାନ୍ତି , ପୂର୍ବତନ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ , ପୂର୍ବତନ ଶିକ୍ଷକ ରାଜକିଶୋର ମହାରଣା , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରବୋଧ କୁମାର ମହାପାତ୍ର , କାଉନସିଲର ପ୍ରମୋଦ କୁମାର ସେଣ୍ଢ , କାଉନସିଲର ସଞ୍ଜୟ କୁମାର ପରିଡା , ଏସ ଏମ ସି ଚେୟାରମ୍ୟାନ ସରୋଜ ରଞ୍ଜନ ଦାସ , ଦଧିବାମନ ମନ୍ଦିର ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ହେମନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ର ଚମ୍ପିଆନ ଅଂଶୁମାନ ପରିଡା ଓ ସୁପ୍ରିୟା ପେଣ୍ଠେଇ ଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ । ଉକ୍ତ ଉତ୍ସବରେ ଗ୍ରାମବାସୀ , ପୁରାତନ ଛାତ୍ର , ଏସ ଏମ ସି ସଦସ୍ୟ ଉପସ୍ଥିତ ଥିଲେ ।ପ୍ରଧାନ ଶିକ୍ଷକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

new life
You might also like
error: Content is protected !!