News
WhatsApp Image 2023-10-04 at 17.25.00
samparksetu

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଘଟଣା , ୯ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଥାନା ନିକଟରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତ ମାନେ ଗତ ୩ ତାରିଖ ଦିନ ୬କେଜିରୁ ଅଧିକ ସୁନା ଏବଂ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଡକାୟତି ଘଟଣାରେ ପୋଲିସ ୯ ଜଣକୁ ଗିରଫ କରିବା ସହତି ପିସ୍ତଲ,ଜୀବନ୍ତଗୁଳି,ସୁନା,ଟଙ୍କା ଜବତ କରିଥିବାର ଜଣାପଡିଛି । ଗତ ତିନି ତାରିଖ ଶୁକ୍ରବାର ଦିନ ବ୍ୟାଙ୍କ କାରବାର ଚାଲିଥିବା ବେଳେ ହଠାତ୍ ଦୁଇଟି ପଲସର ଗାଡିରେ ୪ଜଣ ଦୁର୍ବୃତ୍ତ କଳା ମୁଖା ପିନ୍ଧି ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ପ୍ରବେଶ କରିବା ସହିତ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରେ ଥିବା ୬ ଜଣ କର୍ମଚାରୀ ଥବା ସେମାନଙ୍କୁ ଭୟଭୀତ କରିବା ସହିତ ସମସ୍ତଙ୍କୁ ଏକ କୋଠରୀରେଭର୍ତ୍ତି କରି ତାଲା ପକାଇ ଦେଇଥିଲେ ।

ସଙ୍ଗେ ସଙ୍ଗେ ୩ଟି ଟଙ୍କା ଭର୍ତ୍ତି ସୁଟକେସ ସହିତ ଗୋଟିଏ ସୁନା ଭର୍ତ୍ତି ସୁଟକେଶକୁ ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତ ମାନେ ଚୋରୀ କରିଥିବା ସୁଟକେଶରେ ଥିବା ଟଙ୍କା ୬ଲକ୍ଷରୁ ଅଧିକ ହେବ ।ଦୁର୍ବୃତ୍ତମାନେ ଲୁଟ ପରେ ବାଇକରେ ଗୋଟିଏ ଲେଖାଏ ସୁଟକେଶ ଧରି ଦଶିପୁର,ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତା ଦେଇ ଫେରାର ହୋଇ ଯାଇଥିଲେ । ଏହି ଘଟଣାକୁ ନେଇ ମହାବିରୋଡ ଥାନାରେ୧୫/୨୩,ପରଜଙ୍ଗ ଥାନାରେ ୧୧/୨୩, ୪୪୯/୨୨ରେ ତେି ନାଟି ମାମଲା ରୁଜ୍ଜୁ କରାଯାଇଥିଲା ।

ବ୍ୟାଙ୍କ ଲୁଟ ପରେ ପୋଲିସ ତରଫରୁ ୨ଜଣ ଅତିରିକ୍ତ ଏସପି,ଅନୁଗୁଳ,ଢେଙ୍କାନାଳ ଜିଲ୍ଳାର ୫୦ଜଣ ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱାର୍ଡ ଗଠନ କରାଯାଇଥିଲା । ଏହି ସ୍କ୍ୱାର୍ଡ ବିଭିନ୍ନ ସୂତ୍ରକୁନେଇ ଚଢାଉ କରିବା ପରେ ବ୍ୟାଙ୍କ ଡକାୟତିରେ ସଂପୃ୍‌କ୍ତ ଥିବା ଡକାୟତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଏହି ଡକାୟତିରେ ଅନୁଗୁଳ ଜିଲ୍ଲା ସଦାମ ଖାନ(୨୯),ବଅଁରପାଳ ର ନିଳାଦ୍ରୀ ପ୍ରଧାନଙ୍କ(୪୦),ଠାକୁରଗଡ ଥାନା ଗୁଣ୍ଡୁରୀ ଗ୍ରାମର ରଣଜିତ ନାହାକ (୨୫), ପରଜଙ୍ଗ ଥାନା ମଝିକା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ(୨୬), ବଅଁରପାଳ ଥାନା ବଅଁରପାଳ ଶୁୂଖୁଆସାହିର ଦିନେଶ ନାଏକ(୨୬), ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ବିଜତାଲା ଗ୍ରାମର ରାମି (୨୭), ବଅଁରପାଳ ଥାନା ବଅଁରପାଳ କଲେଜ ସାହିର ବଳଭଦ୍ର ନାଏକ (୧୯),ବୃନ୍ଦାବନପୁର ଗ୍ରାମର ବସନ୍ତ ଭୋଇ(୩୮) ଏବଂ ବସନ୍ ଭୋଇଙ୍କ ପତ୍ନୀ ଝରଣା ଭୋଇ(୩୨)ଙ୍କୁ ଗିରଫ କରିଥିବାର ଜଣାପଡିଛି ।

ଏହି ଘଟଣାରେ ପୋଲିସ ଡକାୟତ ମାନଙ୍କ ଠାରୁ ୬ କେଜି ୧୨୦ ଗ୍ରାମ ସୁନା ଗହଣା,ନଗଦ ୪ଲକ୍ଷ ୩୨ ହଜାର ଟଙ୍କା,୪ଟି ମୋଟରସାଇକେଲ,୩ ଟି ଦେଶୀ ପିସ୍ତଲ,୬ ଟି ଜୀବନ୍ତ ଗୁଳି,୫ଟି ୭.୬୫ଏମଏମ ଗୁଳି,୩ଟି କଟୁରୀ ଏବଂ ଭୁଜାଲୀ,୨ଟି ପଂଚିଙ୍ଗ ମେସିନ,୨୬ଟି ମୋବାଇଲ ଫୋନ ଜବତ କରିଥିବାର ଜଣାପଡିଛି । ଏହି ଘଟଣାରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଡକାୟତ ମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟପ୍ରଦାନ କରିଥିବାର ଜଣାପଡିଛି ।

new life
You might also like
error: Content is protected !!