News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଚାଲିଥିବା କାମାକ୍ଷାନଗର ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସଂନ୍ଧ୍ୟା ବେଶ ମନୋରଞ୍ଜନ ପରିବେଶରେ ଅନୁଷ୍ଠିତ ହେଉଛି ।

ମହୋତ୍ସବର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ସଭାପତିତ୍ୱରେ ରାଜସ୍ୱ ଏବଂ ବିପର୍ଯ୍ୟୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସାହିତ୍ୟ ତଥା ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଜିଲ୍ଲାପାଳ ସରୋଜ କୁମାର ସେଠୀ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ,ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳ ବେହେରା,କଙ୍କଡାହାଡ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର,ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ,ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସିପ୍ରା ବରାଳ,ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ମହୋତ୍ସବକୁ ଓଡିଶା ସରକାରଙ୍କ ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ରଞ୍ଜନ ଦାସ ସରସ ସୁନ୍ଦର କରିବା ପାଇଁ ଏବଂ କାମାକ୍ଷାନଗର ଲୋକକଳା ଓ ପ୍ରତିଭାକୁ ଉଜ୍ଜିବୀତ କରିବା ପାଇଁ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ।

new life
You might also like
error: Content is protected !!