News
WhatsApp Image 2023-10-04 at 17.25.00
samparksetu

ଦୁର୍ଦ୍ଦାନ୍ତ ଅପରାଧୀ କୁନା ଗିରଫ ,୧୯ ଗ୍ରାମ ବ୍ରାଉନସୁଗାର ସହିତ ପିସ୍ତଲ ଜବତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବା ସହିତ ୧୯ ଗ୍ରାମ ବ୍ରାଉନସୁଗାର,ପିସ୍ତଲ ,ମୋଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ସଦରଥାନା ଏବଂ ବିଭିନ୍ନ ସ୍ଥାନରେ ଡକାୟତ ଲୁଟ ଘଟଣାରେ ସାମିଲ ଥିବା ଜଣେ ହାଡକୋର ଅପରାଧୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ପୋଲିସ ମୋଟଙ୍ଗା ଥାନା ବରବାହାଳୀ ଗ୍ରାମର ବେଣୁଧର ପ୍ରଧାନଙ୍କ ପୁଅ କୁନା ପ୍ରଧାନ(୨୬)କୁ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଗିରଫ କରିଥିବାର ଜଣାପଡିଛି । କୁନା ଠାରୁ ୧୯ ଗ୍ରାମ ୯ଶହ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଏକ ପିସ୍ତଲ,ଗୋଟିଏ ଲାଇଟର ଗନ,ଓଡି୧୯ଏନ୨୧୩୬ ପଲସର ମୋଟର ସାଇକେଲକୁ ଜବତ କରିଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକକୁ ଗିରଫ କରିଥିବାର ଜଣାପଡିଛି । କୁନା ନାମରେ ବିଭିନ୍ନ ଥାନାରେ ୨୧ଟି ମାମଲା ରହିଥିବା ବେଳେ ସଦର ଥାନାରେ ୫୭/୨୩ ,୬୮୫/୨୨, ୩୦/୨୩, କଣ୍ଟାବଣିଆ ଥାନାରେ ୧୦୯/୨୨, ପରଜଙ୍ଗ ଥାନାରେ ୪/୨୩, ୨୮୯/୨୨, ୨୩୯/୨୨, ୩୧/୨୨, ୪୫୬/୨୨, ୫୨୬/୨୨, ୧୧/୨୩, ୫୨୦/୨୨ ,୩୧୦/୨୨, ୪୪୯/୨୨ ,ବଅଁରପାଳ
ଥାନାରେ ୧୩୭/୧୯, ବିକ୍ରମ ପୁର ଏଫସିଆଇରେ ୫୩/୨୦୧୯, ହଣ୍ଡପା ଥାନାରେ ୧୧୬/୨୦୧୯,କିଶୋରନଗର ଥାନାରେ ୭୩/୧୯, ସମଲ ଥାନାରେ ୮୫/୨୦୧୯, କଣ୍ଟାବଣିଆ ଥାନାରେ ୨ଏବଂ ୪୪/୨୨ରେ ମାମଲା ବିଚରାଧୀନ ରହିଛି । ଏହି ଘଟଣା ସମ୍ପର୍କରେ ପୋଲିସ ତରଫରୁ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।

new life
You might also like
error: Content is protected !!