News
WhatsApp Image 2023-10-04 at 17.25.00
samparksetu

ଅଲୋଡ଼ା ହେଲା ଶିଶୁକନ୍ୟା !

କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ନୂଆସାହି ନିକଟ ଜଙ୍ଗଲରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି ।ଗତକାଲି ସନ୍ଧ୍ୟାରେ ଗାଁର ଆଶା କର୍ମୀ ନିଜ ବାଡ଼ି ପଛକୁ ଯାଇଥିବା ବେଳେ ,ଶିଶୁର କାନ୍ଦ ଶୁଣି ଘଟଣା ସ୍ଥଳକୁ ଯାଇଥିଲେ ।

ସେଠି ସେ ଏକ ଶିଶୁ କନ୍ୟା କୁ ଦେଖୁବାକୁ ପାଇ ନିଜ ଘରକୁ ଆଣିଥିଲେ । ପରେ ଶିଶୁଟିକୁ ପ୍ରାଥମିକ ଚିକିତ୍ସା ପାଇଁ ମହାବିରୋଡ଼ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାକୁ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ।

new life
You might also like
error: Content is protected !!