News
WhatsApp Image 2023-10-04 at 17.25.00
samparksetu

ଗ୍ରାମ୍ୟ ବ୍ୟାଙ୍କ୍ ଲୁଟ ଘଟଣାରେ ଆଉ ୩ ଗିରଫ

ମହାବିରୋଡ଼ ଥାନା ଅନ୍ତରର୍ଗତ ଗ୍ରାମ୍ୟ ବ୍ୟାଙ୍କ୍ ରୁ ଗତ ୩ ତାରିଖ ଦିନ ଟଙ୍କା ଓ ସୁନା ଲୁଟ ହୋଇଥିବା ଘଟଣାରେ ୭ ଦିନ ମଧ୍ୟରେ ଗତ ୮ ତାରିଖ ଦିନ ୯ ଜଣଙ୍କୁ ଗିରଫ କରିବା ସହ ୬ କେଜି ୧୨୦ ଗ୍ରାମ ସୁନା ପ୍ରାୟ ୫ ଲକ୍ଷ ଟଙ୍କା ପୋଲିସ ଜବତ କରିଥିଲା । ସେହି ଘଟଣାରେ ୩ ଜଣ ବ୍ୟକ୍ତି ଟେଲିଫୋନ ମାଧ୍ୟମରେ ଗତି ବିଧିର ସୂଚନା ଦେଇ ଡକାୟତ ଙ୍କୁ ସକ୍ଷମ ହେବାରେ ସଫଳ କରିଥିଲେ।

ଉକ୍ତ ପରଜଙ୍ଗ୍ ଅଞ୍ଚଳର ବିଜୟ କୁମାର ସାମଲ (ବଗା) ଓ କନ୍ଦରସିଙ୍ଗା ଗ୍ରାମର ହେମନ୍ତ କୁମାର ରାଉତ ଓ ଆଶିସ୍ ନାଏକ ଙ୍କୁ ଗିରଫ କରାଯାଇଛି। ଗତ ତା.୬/୧୦/୨୨ ରିଖ ରେ ବିଜୟ କୁମାର ସାହୁ ଙ୍କ ଘରୁ ୨ ଲକ୍ଷ ୫୦ ହଜାର ମାରଣାସ୍ତ୍ର ଦେଖାଇ ଲୋଧଣୀ ଗ୍ରାମୀୟ ବ୍ୟାଙ୍କ୍ ରୁ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ସଂପୃତ ଥିବା ସୂଚନା ମିଳିଛି ଏହି ଲୁଟ ଟଙ୍କା ଓ ସୁନା କୁ ନେଇ ଭାଗ ବଣ୍ଟନ କରିଥିବା ରୁ ସମସ୍ତ ଟଙ୍କା ମିଳି ପାରିନଥିବା ସୂଚନା ମିଳିଛି ।

ଲୁଟ ହୋଇଥିବା ଟଙ୍କା ଓ ସୁନା ଓ ଏହି ଘଟଣାରେ ସଂପୃତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପ୍ରକ୍ରିୟା ପୋଲିସ ଚାଲୁ ରଖିଥିବା ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପ୍ରେସ୍‌ ମିଟରେ ସୂଚନା ଦେଇଛନ୍ତି ଏହି ଚଢାଉରେ କାମାକ୍ଷାନଗର ଏସ.ଡି. ପିଓ ରଞ୍ଜନ କୁମାର ଦେ, ପରଜଙ୍ଗ ଓ ମହାବିରୋଡ଼ ଥାନା ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ।

new life
You might also like
error: Content is protected !!