News
WhatsApp Image 2023-10-04 at 17.25.00
samparksetu

ଡିବିରୀ ନିଆଁରେ ପୋଡ଼ିହୋଇ ଶିଶୁ ଗୁରୁତର

ଡିବିରୀ ନିଆଁରେ ପୋଡିହୋଇ ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇଛି । ଗୁରୁତର ଶିଶୁ ହେଲେ ଯାଜପୁର ଜିଲ୍ଲା କାଳିଆପାଣି କଲରଙ୍ଗି ସାହି ବାବୁ ସର୍ଦାରଙ୍କ ୫ ବର୍ଷର ଝିଅ ଆସା ହର୍ଦାର। ସେ ଆଜି ସକାଳେ ଘରେ ଏକାକି ଥିବିବେଳେ ଡିବିରିରେ ନିଆଁ ଲଗାଇଥିଲେ। ଅସାବଧାନତା ବସତଃ ଡିବିରି ନିଆଁରୁ ତା ପିନ୍ଧା ଫ୍ରକରେ ଲାଗି ଯାଇଥିଲା।

ଚିତ୍କାର ଶୁଣି ପଡୋଶି ଓ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ। ଶିଶୁ ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

new life
You might also like
error: Content is protected !!