News
WhatsApp Image 2023-10-04 at 17.25.00
samparksetu

ଠିକ ସମୟରେ ଆସୁନାହାନ୍ତି ଡାକ୍ତର, ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଡାକ୍ତରଙ୍କ ମନ ମର୍ଜିରେ ଚାଲିଛି । ନିର୍ଦ୍ଧାରିତ ସମୟରେ ଡାକ୍ତର ନପହଞ୍ଚି ହଲି ଝୁଲି ଘଣ୍ଟାଏ, ଦେଢଘଣ୍ଟା ବିଳମ୍ବରେ ଆସି ପହଞ୍ଚୁଛନ୍ତି । ଏପଟେ ରୋଗୀ ଅପେକ୍ଷା କରି ବସିରହୁଥିବା ବେଳେ ପରିଚାଳନା ପାଇଁ ରହିଥିବା ସୁରକ୍ଷା କର୍ମୀ ବି ରୋଗୀଙ୍କ ଠାରୁ ଚିଠା ନେଇ ଦୁଆର ମୁହଁରେ ଜଗି ବସୁଛନ୍ତି ।

ସୂଚନା ଅନୁଯାୟୀ , ଗତ ୮ ତାରିଖର ସକାଳ ୮ରେ ବର୍ହି ବିଭାଗ ଖୋଲିବା କଥା । ମାତ୍ର ଦିନ ୯ଟା ଯାଏ ଡ୍ୟୁଟିରେ ଥିବା ଦୁଇ ଜଣ ଡାକ୍ତରଙ୍କର ଦେଖା ମିଳିନଥିଲା । ଘଣ୍ଟାଏ ବିଳମ୍ବରେ ୯ଟା ପରେ ପହଞ୍ଚିଥିଲେ । ପରଦିନ ୯ ତାରିଖରେ ବି ସମାନ ଅବସ୍ଥା । ଜଣେ ଡାକ୍ତର ୮ଟାରୁ ରୋଗୀ ସେବା ଆରମ୍ଭ କରିଥିଲେ ହେଁ, ଅନ୍ୟ ଜଣେ ଡାକ୍ତରଙ୍କର ସାଢେ ୮ଟା ଯାଏ ଦେଖା ମିଳିନଥିଲା ।

ଏହା ଦିନେ କି ଦୁଇ ଦିନର କଥା ନୁହେଁ । ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ପ୍ରତିଦିନ ଡାକ୍ତର ବିଳମ୍ବରେ ପହଞ୍ଚୁଛନ୍ତି । ଫଳରେ ରୋଗୀ ଅପେକ୍ଷା କରିକରି ଯନ୍ତ୍ରଣା ଭୋଗିବା ସାର ହେଉଛି । ବର୍ହି ବିଭାଗ ସକାଳ ୮ଟାରୁ ଦିନ ୧୨ଟା ଯାଏ ଖୋଲିଥାଏ । ଏଥିପାଇଁ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଲୋକ ସକାଳୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥାନ୍ତି ।

ମାତ୍ର ଏପରି ଅବ୍ୟବସ୍ଥା ଯୋଗୁଁ ଲୋକେ ଏବେ ବହୁ ସମସ୍ୟା ଭୋଗୁଛନ୍ତି । ବର୍ହି ବିଭାଗ ଖୋଲିବାର ଦୁଇ ଘଣ୍ଟା ପୂର୍ବରୁ ରୋଗୀ ଲାଇନରେ ରହୁଛନ୍ତି । ମାତ୍ର ଡାକ୍ତର ସଠିକ୍ ସମୟରେ ପହଞ୍ଚୁନଥିବାରୁ ରୋଗୀ ସେବା ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଉଛି । ଗତ ୮ ତାରିଖରେ ଦିନ ୯ଟା ଯାଏ ଓପିଡିରେ ଡାକ୍ତର ପହଞ୍ଚି ନଥିଲେ । ସମସ୍ତ ଚେୟାର ଖାଲି ପଡିଥିଲା ।

ବାହାରେ ରୋଗୀ ଲମ୍ବା ଲାଇନରେ ଛିଡାହୋଇ ରହିଥିଲେ । ୯ଟା ପରେ ଜଣେ ଡାକ୍ତର ପହଁଞ୍ଚିଥିଲେ । ପାରିବାରୁ ଆମର ଆଉ କିଛି କାମ ଅଛି ନା ନାହିଁ ବୋଲି କହିଥିଲେ । ଏହିପରି ଗତକାଲି ମଧ୍ୟ ସାଢେ ୮ଟା ଯାଏ ମାତ୍ର ଜଣେ ଡାକ୍ତର ରୋଗୀ ଦେଖୁଥିବା ବେଳେ ଅନ୍ୟ ଜଣେ ଡାକ୍ତର ଆସିନଥିଲେ । ପଚାରିବାରୁ ସାର୍ ଆସୁଥିବେ ବୋଲି କୁହାଯାଇଥିଲା ।
ସେହିପରି ବିଭିନ୍ନ ବିଭାଗର ସ୍ୱତନ୍ତ୍ର ବର୍ହି ବିଭାଗ ଗୁଡିକର ଅବସ୍ଥା ମଧ୍ୟ ସମାନ ।

ତାହା କେତବେଳେ ଖୋଲିବ ବା ନଖୋଲିବ କେହି ଜାଣି ନାହାନ୍ତି । ରୋଗୀ କେବଳ ଅପେକ୍ଷା କରି ରହୁଛନ୍ତି । ଅଧିକାଂଶ ଦିନ ଏହି ସ୍ୱତନ୍ତ୍ର ବର୍ହି ବିଭାଗ ଗୁଡିକ ଖୋଲିନଥାଏ । ରୋଗୀ କେବଳ ଅପେକ୍ଷା କରିକରି ଥେରିଥାନ୍ତି । ଯଦି ବର୍ହି ବିଭାଗ ଚିକିତ୍ସା ସେବା ଯୋଗାଇବାରେ ଏତେ ଅବ୍ୟବସ୍ଥା, ଅନ୍ୟ ସମୟରେ କିପରି ରୋଗୀ ସେବା ଚାଲିଥିବ ତାହା ଅନୁମେୟ । ତେଣୁ ଏଥିପ୍ରତି ସିଡିଏମଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏନେଇ ସିଡିଏମଓ ଡା. ଅଶୋକ କୁମାର ଦାଶଙ୍କୁ ପଚାରିବାରୁ ସେ କୁହନ୍ତି ଏହାକୁ ଗୁରୁତର ସହ ଦୃଷ୍ଟି ଦିଆଯିବ ।  

new life
You might also like
error: Content is protected !!