News
WhatsApp Image 2023-10-04 at 17.25.00
samparksetu

୩ହଜାର ନେଲେ କିନ୍ତୁ ମିଳିଲାନି ଘର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାଟଲା ପଞ୍ଚାୟତ ପାଣୁବେରିଣୀ ଗ୍ରାମର ଉକ୍ତ ଗ୍ରାମର ଅହଲ୍ୟା ସାହୁ ସ୍ବାମୀ ବସନ୍ତ ସାହୁ ଜେକି ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀର ଲୋକ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ କୁ ବାରମ୍ବାର ଯାଉଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରି ନାହିଁ l

କେତେ ନେତା ମନ୍ତ୍ରୀ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ଙ୍କୁ ଗୁହାରି କରିଥିଲେ ମଧ୍ୟ, ଶେଷରେ ସାନ୍ତ୍ଵନା ପାଇ ଚାଳ ଛପର ଘରେ ଜୀବନ ବିତାଉଛନ୍ତି ତିନୋଟି ନିରିହ ମଣିଷ । ଅହଲ୍ୟା ଅଭିଯୋଗ କରିଛନ୍ତି କି ଆଗରୁ କିଛି ଦିନ ତଳେ ପାଟଲା ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ଠାରୁ ଘର ଖଣ୍ଡିଏ କରିଦେବା ପାଇଁ ତିନି ହଜାର ଟଙ୍କା ନେଇ ଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିଲା ନାହିଁ ।

ଉକ୍ତ ଘଟଣା ସମ୍ପର୍କରେ ଆମ ପଞ୍ଚାୟତ ର ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଉକ୍ତ ଘଟଣା ଟିକୁ ଖଣ୍ଡନ କରିଥିଲେ ଓ କହିଥିଲେ ଆମେ କାହାଠାରୁ ଟଙ୍କା ଆଣି ନାହୁଁ ବୋଲି କହିଛନ୍ତି ।ତେବେ ଏଠି ପ୍ରଶ୍ନ ଉଠେ ଜଣେ ଯୋଗ୍ୟ ହିତାଧିକାରୀ ଙ୍କୁ ଏପର୍ଯ୍ୟନ୍ତ ଆବାସ ଯୋଜନା ମିଳୁନାହିଁ କାହିଁକି ।

new life
You might also like
error: Content is protected !!