News
WhatsApp Image 2023-10-04 at 17.25.00
samparksetu

ଭୂକମ୍ପ ତାଲିକାରେ ଢେଙ୍କାନାଳ !

ଢେଙ୍କାନାଳ ଜିଲ୍ଲା ଭୂକମ୍ପ ପ୍ରବଣ ତାଲିକାର ଜୋନ-୩ରେ ରହିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଟ ଭାବରେ ଉଲ୍ଲେଖ କରାଯାଇଛି ।ଭୁକମ୍ପ ପ୍ରବଣ ତାଲିକାରେ ରହିଥିଲେ ମଧ୍ୟକୌଣସି ଘର,ଅଟ୍ଟାଳିକା,ବିଦ୍ୟାଳୟ,ମଲ,ଆପାର୍ଟମେଣ୍ଟ ଭୁକମ୍ପ ପ୍ରବଣ ମାନ ଅନୁସାରେ ନିର୍ମାଣ କରାଯାଇ ନଥିବାର ଜଣାପଡିଛି । ତୁର୍କି ଏବଂ ସିରିଆର ଭୂକମ୍ପ ପରେ ଏବେ ଜିଲ୍ଲାରେ ଭୂମିକମ୍ପକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ହେଉଛି ।

ଭାରତୀୟ ମାନକ ବ୍ୟୁରୋ ବିଆଇଏସ ଦ୍ୱାରା ଜାରି କରାଯାଇଥିବା ଭୁକମ୍ପ ପ୍ରବଣ ମାନଚିତ୍ରରେ ଢେଙ୍କାନାଳ ଜିଲ୍ଲା ତାଲିକାର ୩ ନଂ ଜୋନରେ ରହିଛି । ଜୋନ ୩ ରେରହିଥିବା ଏହି ଭୁକମ୍ପ ଜୋନଭୁବନେଶ୍ୱର, କଟକ,ଅନୁଗୁଳ, ତାଳଚେର,କେଉଁଝର ଆଦି ଅଞ୍ଚଳ ରହିଥିବାର ଜଣାପଡିଛି ।ବ୍ରାହ୍ମଣୀ ନଦୀର ପାର୍ଶ୍ଵବର୍ତ୍ତି ଅଞ୍ଚଳ ସହିତ ଜିଲ୍ଲା ଏହି ତାଲିକାରେ ଥିବା ବେଳେ ଓଡିଶାର ୭ଟି ଜିଲ୍ଲା ମଧ୍ୟରେ ଢେଙ୍କାନାଳ ମଧ୍ୟ ରହିଥିବାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ମୃଦୁ ଭୁକମ୍ପ ଅନୁଭୂତ ହେଉଥିବା ବେଳେ ୪ବର୍ଷ ତଳେ ଲଗାତାର ୮ଥର ଭୁକମ୍ପ ଅନୁଭୂତ ହୋଇଥିଲା । ଭୁକମ୍ପ ସହ୍ୟ କରିବା ପାଇଁ ଯେଉଁ ଆଧାରରେ ଗୃହ ନିର୍ମାଣ କରାଯାଉଛି ତାହା ଉଚିତ୍ ମାନଦଣ୍ଡ ଅନୁାସରେ ହେଉନାହିଁ । ଯେଉଁ ଅଞ୍ଚଳ ଗୁଡିକ ଜୋନ-୩ ଭୁକମ୍ପ ତାଲିକାରେ ରହିଥାଏ
ସେହି ଅଞ୍ଚଳରେ ଗୃହନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବରେ ନିର୍ମାଣ ଶୈଳୀ ପ୍ରଦାନ କରାଯାଇଛି । ନିର୍ମାଣଧୀନ ନୂଆଘର ଓ ଅଟ୍ଟାଳିକ। ଗୁଡିକ ସେହି ଆଧାରରେ ନିର୍ମାଣ କରିବା ପାଇଁ ସ୍ୱତନ୍ତ୍ର ତଥ୍ୟ ପ୍ରଦାନ କରାଯାଇଛି ।

ସେହିପରି ଭଲ ସିମେଣ୍ଟ ବ୍ୟବହାର କରିବା ସହିତ ଗୋଟିଏସିମେଣ୍ଟରେ ୧-୬ବାଲି ଭାଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଘରର ବାହାର ଏବଂ ଭିତର ପାର୍ଶ୍ଵରେ କଂକ୍ରିଟ୍ ରନିଂ ବିମ୍ ଦିଆଯିବା ସହିତ ବିଭିନ୍ନ କ୍ଷେତ୍ରରେ ଉନ୍ନତ ମାନର ଛଡ ଏବଂ ବ୍ୟାଣ୍ଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।ଆବାସିକ ଘର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଚିକିତ୍ସାଳୟ,ଅଡିଟୋରିୟମ, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଘର ଅନୁସାରେ କେତୋଟି ପିଲାର ରହିବ ତାହା ମଧ୍ୟ ଉଲ୍ଲେଖ ରହିଛି । ସେହିପରି ରହିବା ଏବଂ ବିଭିନ୍ନ ଗୃହ ପାଇଁ ନିର୍ଦ୍ଦିଷ୍ଟ ମାନର ଷ୍ଟିଲ ବ୍ୟାଣ୍ଡ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଘରର ଫାଉଣ୍ଡେସନ ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଭିନ୍ନ ଗୃହ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ୟୁଏନଡିପି ଡିଜାଷ୍ଟର ରିକ୍ସ ମ୍ୟାନେଜମେ ପ୍ରୋଗ୍ରାମ ଦ୍ୱାରା ଏଭଳି ତଥ୍ୟ ପ୍ରଦାନ କରାଯାଇଛି । ଜିଲ୍ଲାରେ ଦିନକୁ ଦିନ ଘର,ଅଟ୍ଟାଳିକା ଏବଂ ମଲ ନିର୍ମାଣ କରାଯାଉଛି ।

ସହର ତଥା ବିଭିନ୍ନ ସ୍ଥାନରେ ରହିଥିବା ହୋଟେଲ,ସ୍କୁଲ, କଲେଜ ଫ୍ଲାଟ ନିର୍ମାଣ ହେଉଥିବା ବେଳେ ଏଗୁଡିକ ଆଦୌ ଭୁକମ୍ପ ସହ୍ୟ କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି ଜଣାପଡିଛି । ନିମ୍ନ ମାନର ବାଲି,ପାଉଁଶ ଇଟା, ନିମ୍ନ ମାନର ଛଡ,ବାଲି ସିମେଣ୍ଟ ମିଶ୍ରଣରେ ବ୍ୟାପକ ଜାଲିଆତି କରାଯାଇ ଗୃହ ନିର୍ମାଣ କରାଯାଉଛି । ସହରରେ ମଲ ସହିତ ୫ରୁ ୬ ମହଲା ଘର ନିର୍ମାଣ ହୋଇଥିବା ବେଳେ ଏହା ମଧ୍ୟ ଭୁକମ୍ପ ସହ୍ୟ କରିବା ସ୍ଥିତିରେ ନାହିଁ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡିଛି । ସରକାର ଏବଂ ବେସରକାରୀ ସଂସ୍ଥାରେ ଠିକାଦାର ମାନଙ୍କୁ ନିଯୁକ୍ତି କରାଯାଇ କାର୍ଯ୍ୟ ହେଉଥିବା ବେଳେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମୁଖ୍ୟ ମନ୍ତ୍ରୀ ଆବାସ ଯୋଜନା,ବିଜୁପକ୍କା ଘର ମୋ କୁଡ଼ିଆ ଯୋଜନାରେ ଅଧିକ ଜାଲିଆତି କରାଯାଇ ଘର ନିର୍ମାଣ କରା ଯାଇଥିବାର ଅଭିଯୋଗ ହେଉଛି । ଜିଲ୍ଲା ଭୁକମ୍ପ ଜୋନ -୩ରେ ରହିଥିଲେ ମଧ୍ୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ଗୃହ ନିର୍ମାଣ କ୍ଷେତ୍ରରେ କୌଣସି ଭୁମିକା ନଥିବାରୁ ମନଇଛା ଗୃହ ନିର୍ମାଣ ହେବା ସହିତ ନିମ୍ନମାନର କାର୍ଯ୍ୟ ହେଉଥିବାର ଜଣାପଡିଛି । ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

new life
You might also like
error: Content is protected !!