News
WhatsApp Image 2023-10-04 at 17.25.00
samparksetu

ଜନଜୀବନ ଅସ୍ତବ୍ୟସ୍ତ କରୁଛି ରାଇସ ମିଲ୍

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଅଁସରଗୋଡା କଣ୍ଟାବଣି ବସ୍ତୀ ନିକଟରେ ଥିବା ରାଇସମିଲ୍ ଦିନକୁଦିନ ଜନ ଜୀବନ ଅସ୍ତ ବ୍ୟସ୍ତ କରିବାରେ ଲାଗିଛି I ମିଲ୍ ଚାଲୁଥିବା ସମୟରେ ମିଲରୁ ବାହାରିଥିବା ପାଉଁଶ ପାଚେରୀ ବାହାରେ ଗଦା ହୋଇଥିବାରୁ ସାମାନ୍ୟ ପବନରେ ଉଡି ବସ୍ତୀରେ ପଡୁଥିବା ଅଭିଯୋଗ ହୋଇଛି।

ଏପରିକି ପିଇବା ପାଣି ଓ ଖାଇବା ଭାତ କଂସାରେ ପାଉଁଶ ପଡିବାରୁ ଏମାନେ ପେଟଜନିତ ରୋଗରେ ପଡୁଛନ୍ତି।ବାରୁଆଁ ପଞ୍ଚାୟତର କଣ୍ଟାବଣି ବସ୍ତୀଟି ଦୀର୍ଘ ୩୦ ବର୍ଷ ତଳୁ ଗଢି ଉଠିଥିବା ବେଳେ ବର୍ତ୍ତମାନ ଏକଶହରୁ ଉର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି। ସମସ୍ତେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏମାନଙ୍କ କଥା ମିଲ ମାଲିକ ଶୁଣୁଛି, ନା ପ୍ରଶାସନ ଅନୁଭବ କରୁଛି I

ସରକାର ଏଠାରେ ଶିଳ୍ପପାଇଁ ସ୍ବୀକୃତି ଦେଇଛନ୍ତି। ଫଳରେ ରାଇସମିଲ ନିର୍ମାଣ ହୋଇଛି। କିନ୍ତୁ ମିଲ ଦ୍ବାରା ଉପୁଜୁଥିବା ପଲ୍ୟୁସନ ରୋକିବା ପାଇଁ ସରକାର ଦୃଷ୍ଟି ଦେଇନଥିବା ଦେଖିବାକୁ ମିଳିଛି। ସେହିପରି ଏହି ମିଲଟି ଚାଲୁଥିବା ସମୟରେ ସାମନା ପାର୍ଶ୍ବରୁ ଥିବା ପାଇପରୁ ଧୂଳି ନିର୍ଗତ ହୋଇ ସବୁଆଡେ   ପ୍ରଦୁଶିତ କରୁଛି। ଫଳରେ ମିଲ ପାର୍ଶ୍ବ ରାସ୍ତାଠାରୁ ଆରମ୍ଭ କରି ବିଲବାଡି ସବୁଆଡେ ଧୂଳିଉଡି ପ୍ରଦୁଶଣ ହେଉଛି। ଏହାକୁ ନେଇ ବସ୍ତୀବାସିନ୍ଦା ମିଲ ମାଲିକଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି।

ତେବେ ଏହାର ତଦନ୍ତ କରି ପଦକ୍ଷେପ ନେବାପାଇଁ ଜଣାଇଛନ୍ତି ଭୁବନ ଅତିରିକ୍ତ ତହସିଲଦାର ରାଜୀବଲୋଚନ ବେହେରା। ପୂର୍ବରୁ ମଧ୍ୟ ମିଲରୁ ନିର୍ଗତ ରାସାୟନିକ ପାଣି ବିଲବାଡିରେ ମାଡି ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେବାସହ ଧାନ ମଣ୍ଡି କୁ ମିଲରଙ୍କ ମିନମାନି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲା ମଧ୍ଯ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି I

new life
You might also like
error: Content is protected !!