News
WhatsApp Image 2023-10-04 at 17.25.00
samparksetu

ସ୍ଥାୟୀ ନିଯୁକ୍ତି ଦାବିରେ ୪ ଆୟୁଷ ଡାକ୍ତର ପିନ୍ଧିଲେ କଳାବ୍ୟାଚ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୪ଜଣ ଆୟୁଷ ଡାକ୍ତର ସ୍ଥୟୀ ନିଯୁକ୍ତି ଦାବିରେ କଳାବ୍ୟାଚ ପିନ୍ଧିଲେ ।ରାଜ୍ୟରେ କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ ଅବା ଠିକା ଆୟୁଷ ଡାକ୍ତର ମାନଙ୍କ ଅଭିଯୋଗ କିଛିଦିନ ପୁର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିଲା ରାଜ୍ୟରୁ ଏଣିକି ଠିକା ଅବା ଚୁକ୍ତି ଭିତିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ଉଛେଦ କରାଗଲା ।

ସେହି ଘୋଷଣା ପରେ ରାଜ୍ୟରେ ଲକ୍ଷ ଲକ୍ଷ ନିଯୁକ୍ତି ପାଇଥିବା ଠିକା ଅବା ଚୁକ୍ତି ଭିତିକ ଆଶାୟୀଙ୍କ ମନରେ ଖୁସିର ଖେଳିଯାଇଥିଲା ।ବିଡ଼ମ୍ବନାର ବିଷୟ ୧୨୭୨ ଆର.ବି.ଏସ.କେ ଆୟୁଷ ଡାକ୍ତରମାନେ ଦୀର୍ଘ ୯ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରାଗଲା ନାହିଁ ବା ବିଭାଗ ତରଫରୁ ଏଥିପାଇଁ ସାମାନ୍ୟତମ ଉଦ୍ୟମ କରାଗଲା ନାହିଁ ।

ଏ ନେଇ ଆୟୁଷ ଡାକ୍ତରମାନେ ଲିଖିତ ଭାବେ ଜଣାଇଛନ୍ତି ରାଜ୍ୟରେ କାର୍ଯ୍ୟରତ ଆର.ବି.ଏସ .କେ ଡାକ୍ତର ଗୋଟିଏ ଜରୁରୀ ବିଭାଗରେ ସମ୍ମାନ ଜନକ ପଦପିରେ କାର୍ୟ୍ଯରତ ଥାଇ ମଧ୍ୟ ନିଜର ଇଛା ବିରୋଧରେ ଆମର କାର୍ଯ୍ୟ ସ୍ଥଳୀରେ ଚଳିତ ଫେବୃଆରୀ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଉଛୁ ।ଏହା ସହିତ ଫେବ୍ରୁଆରୀ ୧୫ ତାରିଖ ମଧ୍ୟ ରାତ୍ରି ସୁଦ୍ଧା ରାଜ୍ୟ ସରକାର ଦାବିପତ୍ର ଗ୍ରହଣ ନକରନ୍ତି ଆମ୍ଭେମାନେ ଓଡିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟ କରୁଥିବା ସମସ୍ତ ଆୟୁଷ ଡାକ୍ତର ନିଜର କାର୍ଯ୍ୟ ସ୍ଥଳରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହି ଶାନ୍ତିପୂର୍ଣ୍ଣ ଅସହଯୋଗ କରିବୁ ।

ଏହାପରେ ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନକଲେ ଆସନ୍ତା ୨୦ ତାରିଖ ଠାରୁ ସମସ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ।କଙ୍କଡାହାଡ଼ ବ୍ଳକରେ କାର୍ଯ୍ୟ କରୁଥିବା ୪ ଜଣ ଆୟୁଷ ଡାକ୍ତର ପ୍ରଶାନ୍ତ କର,ଅଜିତ କୁମାର ସାହୁ,ଅରୁଣା ପ୍ରଧାନ,ବିଜୟୀଲଷ୍ମୀ ସାହୁ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି ।

new life
You might also like
error: Content is protected !!