News
WhatsApp Image 2023-10-04 at 17.25.00
samparksetu

୭ ଦିନ ମଧ୍ୟରେ ଜବର ଦଖଲକୁ ଉଛେଦ ପାଇଁ ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ସଂସଦୀୟ ମଣ୍ଡଳୀ କମିଟିର ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେରଖି ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହରର ପ୍ରମୁଖ ସ୍ଥାନ ଗୁଡିକରେ ଜବରଦଖଲକୁ ୭ଦନି ମଧ୍ୟରେ ଉଚ୍ଛେଦ ଓ ସହରର ବିକାଶରେ ବାଧକ ସାଜୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ସହର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକର ଅତି ନିକଟରେ କୌଣସି ପ୍ରକାରର ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସାୟ ଯେପରି ନହୁଏ ସେଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି । ନିର୍ମାଣଧିନ ଜାତୀୟ ରାଜପଥରେ ଥିବା ବିପଦ ସଙ୍କୁଳ ସ୍ଥାନ ଏବଂ ସଂଯୋଗ ରାସ୍ତା ଗୁଡିକରେ ସତର୍କ ସୂଚନା ନିମନ୍ତେ ତୁରନ୍ତ ବିହିତ ବ୍ୟବସ୍ଥା କରି ଧନ ଜୀବନ ହାନ ରୋକିବାକୁ ସେ ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ଏବଂ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ କହିଛନ୍ତି ।

ମଦ୍ୟପ ଗାଡି ଚାଳକ, ଦ୍ରୁତଗାଡି ଚାଳକମାନଙ୍କ ମଧ୍ୟରେ ନଜର ରଖି ଦୁଇ ଚକିଆରେ ଦୁଇଜଣରୁ ଅଧିକ ଯାଉଥିଲେ, ହେଲମେଟ ନପିନ୍ଧିଥିଲେ, ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ଚେତାବନି ଦେବା ସହିତ ଆବଶ୍ୟକ ସ୍ଥଳେ ଜୋରିମାନା ଆଦାୟ କରି ବିହିତ ପଦକ୍ଷେପ ନେବାକୁ କହିଛନ୍ତି ।

ଜିଲ୍ଲାର ବିକାଶ ଓ ଧନଜୀବନ ରକ୍ଷା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀ ମାନେ ବିଶେଷ ଯତ୍ନବାନ ହେବାକୁ ଓ ଜନସାଧାରଣ ପୂର୍ଣ୍ଣ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଜିଲ୍ଲାରେ ଚିହ୍ନଟ ପ୍ରାୟ ୬୦ଟି ଦୁର୍ଘଟଣା ପ୍ରବଣ ସ୍ଥାନରେ ଦୁର୍ଘଟଣାକୁ ରୋକି ଧନଜୀବନ ରକ୍ଷା କରିବାକୁ ବିହିତ ବ୍ୟବସ୍ଥା କରାଯିବା ଉପରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି ।

ସ୍ଥାନୀୟ ଯୁବକ ମାନଙ୍କୁ ସ୍ୱତନ୍ତ୍ର ପୋଲିସ ଭାବେ ନିୟୋଜିତ କରାଯାଇ ସହରରେ ଯାନବାହାନ ନିୟନ୍ତ୍ରଣ ଓ ଗାଡି ପାର୍କିଂକୁ ବ୍ୟବସ୍ଥିତ କରାଯିବ ବୋଲି ପ୍ରକାଶ କରିଥିଲେ । ସହରରେ ଡିଜିଟାଲ ଟ୍ରାଫିକ ବ୍ୟବସ୍ଥା, ସିସି କ୍ୟାମେରା ବ୍ୟବସ୍ଥା, ନିୟମିତ ଗାଡି ଚେକିଂ, ଶବ୍ଦ ପ୍ରଦୂଷଣକୁ ହ୍ରାସ କରିବା, ସହରର ସୌନ୍ଦର୍ଯ୍ୟ କରଣ, ଚାଲୁଥିବା ସମସ୍ତ ରାସ୍ତାକାମକୁ ଯଥାଶୀଘ୍ର ଶେଷ କରିବା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘ, ବଜରଙ୍ଗ କ୍ଲବର କର୍ମଚାରୀମାନେ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।

new life
You might also like
error: Content is protected !!