News
WhatsApp Image 2023-10-04 at 17.25.00
samparksetu

କୁଶୁପଙ୍ଗା- ମଙ୍ଗଳପୁର ଗ୍ରାମରେ ମାଙ୍କଡ ଆତଙ୍କ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା – ମଙ୍ଗଳପୁର ଗ୍ରାମରେ ଗତ କିଛି ଦିନ ହେଲା ଏକ ପାଗଳ ମାଙ୍କଡ ଆତଙ୍କ ଖେଳାଇ ଆସୁଛି । କୁଶୁପଙ୍ଗା – ମଙ୍ଗଳପୁର ରାସ୍ତାରେ ଏକ ପାଗଳ ମାଙ୍କଡ ଗଛ ଉପରେ ଲୁଚି ରହୁଛି ଓ ରାସ୍ତା ଦେଇ ଯାଉଥିବା ସାଇକେଲ ଚାଳକ, ବାଇକ୍ ଚାଳକ, ପଥଚାରୀ ଙ୍କ ଉପରକୁ ଆକ୍ରମଣ କରୁଛି ।

ଏପରି ଆକ୍ରମଣ କରିବା ଫଳରେ ଆଗରୁ ୫-୬ ଜଣ ଆଘାତ ପାଇଛନ୍ତି ଓ ଦୁଇ ଦିନ ପୂର୍ବରୁ ଟାଟା ଷ୍ଟିଲରେ କାମ କରୁଥିବା କୁଶୁପଙ୍ଗା ଗ୍ରାମର ଜଣେ ଯୁବକ ରାତିରେ ଘରକୁ ଫେରୁଥିବା ବେଳେ ମାଙ୍କଡ ଆକ୍ରମଣର ଶିକାର ହେଇଥିଲେ ଓ ଅବସ୍ଥା ଗୁରୁତର ହେବାରୁ ସେ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ପରେ ସେଇ ରାସ୍ତା ଦେଇ ଟିୟୁସନ୍ ଯାଉଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ଆକ୍ରମଣର ଶିକାର ହେଇଛନ୍ତି।

   ମାଙ୍କଡ ଭୟରେ ଦୁଇଟି ଗ୍ରାମର ପ୍ରାୟ ୪ହଜାର ରୁ ଉର୍ଦ୍ଧ୍ୱ ଲୋକ ଭୟରେ ଘରୁ ପାଦ କାଢ଼ି ପାରୁନାହାନ୍ତି। ସେଇ ରାସ୍ତା ଦେଇ ପ୍ରତ୍ୟେକ ଦିନ ବିଭିନ୍ନ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ମାନେ କାମ କରିଯିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଜିଲ୍ଲା ପ୍ରଶାସନ ଓ ବନ୍ୟ ବିଭାଗ ଏଥି ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳ ବାସୀଙ୍କ ଅନୁରୋଧ ।
new life
You might also like
error: Content is protected !!