News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପରୁଣା କଟକ-ସମ୍ବଲପୁର ରାସ୍ତା ଏବେ ଦୁର୍ଘଟଣାର ଗନ୍ତାଘର ପାଲଟିଯାଇଛି l ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳି ପଂଚାୟତର ଚିଲତଇଲାର ସ୍ବର୍ଗତ ଗୋପୀ ସାହୁଙ୍କ ପୁଅ ଯୋଗୀ ସାହୁ(୭୦) ଦୈନଦିନ ଭଳି ଗୁଡ଼ ବେପାର ସାରି ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ଦିନ ପ୍ରାୟ ଦୁଇଟା ସମୟରେ ଅସନବଣିଆର ବେଣୀପଥର ନିକଟରେ କୌଣସି ଅଜଣା ଚାରିଚକିଆ ଯାନ ଯୋଗୀଙ୍କୁ ଧକ୍କା ଦେଇ ତାଙ୍କୁ ଭୟଙ୍କର ଭାବରେ ଚଢାଇ ଦେଇ ପଳାଇଯାଇଥିଲା ।

ଦୁର୍ଘଟଣା ର କିଛି ସମୟ ପରେ ଖବର ପାଇ ସ୍ଥାନୀୟ ଲୋକ ଓ ପରିବାର ଲୋକ ପହଁଚିଲା ପରେ ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ ଏବଂ ନିକଟସ୍ଥ ଥାନାରେ ଖବର ଦେଇଥିଲେ । ରସୋଳ ପୋଲିସ ଆସି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ପଠାଇ ଦେବା ସହ ଏକ ଅପମୃତ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛନ୍ତି ।

ଯୋଗୀଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ଏହି ରାସ୍ତାରେ ଦୈନିକ ହଜାର ହଜାର ଗାଡିମୋଟର ଚାଲୁଥିବାରୁ ବେପରବାୟ ଗାଡି ଚାଳନା ଓ ଗାଡି ଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଡ଼କ ସୁରକ୍ଷା ଆଇନ କଡାକଡି ପାଳନ କରିବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!